Latest Odisha News

ବରଗଡ଼ରେ ଥରୁଛି ପ୍ରତାପୀ କଂସର ଦରବାର !

ବରଗଡ଼ : ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ପ୍ରବଳ ପ୍ରତାପୀ ନୃଶସଂତାର ପ୍ରତୀକ କଂସ ମହାରାଜଙ୍କ ଦରବାର କମ୍ପୁଛି ।

ଲାଲ୍ ଲାଲ୍ ଆଖିର ଆଢୁଆଳର ସାମ୍ନାରେ ଯେଉଁ ରାଜ୍ୟବାସୀ ଆସୁଛନ୍ତି ସମସ୍ତେ ମହାରାଜାଙ୍କ କଠୋର ଆଦେଶର ଶୀକାର ହେବାର ସମ୍ଭାବନା ସମସ୍ତଙ୍କୁ ଅଳ୍ପ ବହୁତେ ଭୟଭୀତ କରୁଛି ।

ଏହି ଯାତ୍ରାର ମୁଖ୍ୟ ଆକର୍ଷଣ କଂସ ମହାରାଜା ତାଙ୍କର ପରାକ୍ରମ ଲାଗି ଆଜିଠୁ ଆଗାମୀ କିଛିଦିନ ଧରି ଓଡ଼ିଶା, ଭାରତ ସମେତ ସମସ୍ତ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବେ ।

ଆମେ ଆଲୋଚନା କରୁଛନ୍ତି ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଜାବୋଡ଼ି ରଖିଥିବା ସହର ବରଗଡ଼ର କଂସ ଦରବାର କଥା । ବିଶ୍ୱର ସର୍ବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ।

ଏହି ଅବସରରେ ମୁଖ୍ୟ ଆକର୍ଷଣ ପାଲଟିଥାନ୍ତି ପ୍ରବଳ ପ୍ରତାପୀ କଂସ ରାଜା । ଜାଣନ୍ତୁ ଏହି କଂସ ମହାରାଜାଙ୍କ ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କ ସମ୍ବନ୍ଧରେ…

ଗୋପାଳ ସାହୁ:- ୧୯୮୪-୧୯୯୮ ଓ ୨୦୦୧-୨୦୦୮ ମସିହା ପାଖାପାଖି ୨୩ ବର୍ଷ ଯାଏଁ ଗୋପାଳ ସାହୁ କଂସ ଭୂମିକାରେ ଅବତୀର୍ଣ୍ଣ କରି ଦର୍ଶକମାନଙ୍କ ହୃଦୟକୁ ଛୁଇଁ ପାରିଥିଲେ ।

ଭୁବନେଶ୍ୱର ପ୍ରଧାନ:- ଭୁବନେଶ୍ୱର ବେହେରା ୧୯୯୯ ମସିହାରେ କଂସ ରାଜାଙ୍କ ଭୂମିକାରେ ଅବତୀର୍ଣ୍ଣ କରିଥିଲେ । ଶ୍ରୀଯୁକ୍ତ ବେହେରା ଏକ ଅପେରା ପାର୍ଟି ତଥା ସମଲେଶ୍ୱରୀ ଗଣନାଟ୍ୟର ମାଲିକ ଅଟନ୍ତି ଏବଂ ଏଥିସହିତ ସେ ଜଣେ ପେଶାଦାର କଳାକାର ଭାବେ ସୁନାମ ଅର୍ଜନ ମଧ୍ୟ କରିଛନ୍ତି ।

ହୃଷିକେଶ ଭୋଇ:- ୨୦୦୯ ମସିହାରେ କଂସ ମହାରାଜଙ୍କ ଭୂମିକାରେ ଅଭିନୟ ପାଇଁ ଏକ ସାକ୍ଷାତକାରରେ କଳାକାରଙ୍କୁ ଚୟନ କରାଯାଇଥିଲା । ଏହି ସମୟରେ ହୃଷିକେଶ ଭୋଇ କଂସ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ସେ ପେଶାରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଥିଲେ ।

Leave A Reply

Your email address will not be published.