Latest Odisha News

BREAKING NEWS

କୋବ୍ରାକୁ ଚୁମ୍ବନ ଦେବା ପଡ଼ିଲା ମହଙ୍ଗା : ଓଠକୁ କାମୁଡ଼ି ଧରିଲା କୋବ୍ରା

ସାପ ଏପରି ଏକ ପ୍ରାଣୀ, ଯାହାକୁ ଦୂରରୁ ଦେଖିଲେ ମଧ୍ୟ ସମସ୍ତେ ଭୟଭୀତ ହୋଇପଡ଼ନ୍ତି । କେବଳ ମଣିଷ ନୁହଁନ୍ତି, ଅନେକ ପଶୁ ମଧ୍ୟ ଦେଖିବା ପରେ ସେମାନଙ୍କ ପଥ ପରିବର୍ତ୍ତନ କରି ନିଅନ୍ତି । କାରଣ ସାପ କାମୁଡ଼ିବା ଦ୍ୱାରା ମୃତ୍ୟୁ ହୋଇପାରେ । ସେଥିପାଇଁ ସମସ୍ତେ ସେମାନଙ୍କଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ତଥାପି, ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ସାପ ଧରିବା କିମ୍ବା ସେମାନଙ୍କ ସହିତ ଖେଳିବାକୁ ପସନ୍ଦ କରନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିବ । ଜଣେ ଯୁବକ ବିପଜ୍ଜନକ କୋବ୍ରା ସାପକୁ ଚୁମ୍ବନ ଦେବା ମହଙ୍ଗା ପଡ଼ିଛି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଏକ କୋବ୍ରା ସାପ ଭୂମି ଉପରେ ଫଣା ଟେକି ରହିଛି । ଜଣେ ଯୁବକ ଧୀରେ ଧୀରେ ତାକୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଛନ୍ତି । ଏହି ସମୟରେ ସାପଟି ହଠାତ୍ ଯୁବକଙ୍କ ଓଠକୁ କାମୁଡ଼ି ଧରିଲା । ଯୁବକ ଜଣକ ଜୋରରେ ଚିତ୍କାର କରିବା ସହ ସାପଟିକୁ ଟାଣି ଫୋପାଡ଼ି ଦେଉଛନ୍ତି । ସାପଟି ଏତେ ଜୋରରେ କାମୁଡ଼ି ଦେଇଥିଲା ଯେ, ଯୁବକଙ୍କ ପାଟିରୁ ପ୍ରବଳ ରକ୍ତ ବାହାରିଥିଲା । ସେ ଗୋଟେ ହାତରେ ପାଟିରୁ ରକ୍ତ ପୋଛିବା ସହ ଅନ୍ୟ ହାତରେ ସାପର ଲାଞ୍ଜକୁ ପୁଣି ଧରୁଛନ୍ତି । ୩୦ ସେକେଣ୍ଡର ଏହି ଭିଡ଼ିଓକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଭିଡିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ କହିଛନ୍ତି ଯେ, କୌଣସି ସାପ ସହିତ ଏପରି କରିବା ଉଚିତ୍ ନୁହେଁ ।

Leave A Reply

Your email address will not be published.