Latest Odisha News

BREAKING NEWS

ଦୁନିଆର ସବୁଠାରୁ ଦାମୀ ଶାଢି: ଦାମ ଶୁଣିଲେ ହେବେ ଚକିତ

ଚେନ୍ନାଇ: ଭାରତୀୟ ସଂସ୍କୃତିରେ ଶାଢିର ବ୍ୟବହାର ଧାରା ବହୁ ପୁରୁଣା । ମହାଭାରତ ଓ ରାମାୟଣଠାରୁ ଆରମ୍ଭ କରି ସବୁଠି ଶାଢିର ପ୍ରସଙ୍ଗ ଉଲ୍ଲେଖ ଅଛି । ସମୟକ୍ରମେ ଶାଢି ବ୍ୟବହାରର ଧାରା ବଢିବା ସହିତ ଏଥିରେ ନୂଆ ନୂଆ ପ୍ରୟୋଗ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଦୁନିଆର ସବୁଠୁ ଦାମୀ ଶାଢୀ ବିଷୟରେ ଶୁଣିଛନ୍ତି ? ଏହିି ଶାଢିର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରତ୍ୟେକ ଭାରତୀୟ ନାରୀଙ୍କର ଶାଢି ପ୍ରତି ରହିଛି ଅହେତୁକ ଦୁର୍ବଳତା । ବଜାରରେ ଯେଉଁଠି ଭଲ ଶାଢି ଖଣ୍ଡେ ଦେଖନ୍ତି ପ୍ରତ୍ୟେକ ନାରୀ ତାହାକୁ କିଣିବାକୁ ଆଗ୍ରହ ଦେଖାଇଥାନ୍ତି । ତେବେ ଏବେ ବଜାରକୁ ଏକ ଦାମୀ ଶାଢୀ ଆସିଛି । ତାହା ପୁଣି ପୃଥିବୀର ସବୁଠାରୁ ଦାମୀ ଶାଢି । ଯାହାର ନାଁ ରହିଛି ‘ବିବାହ ପଟୁ’ । ଏହା ଏକ ଚେନ୍ନାଇ ସିଲ୍କ ଶାଢି । ଏଥିରେ ସୁନା, ହୀରା, ଇମେରାଲ୍ଡ, ରୁବି, ୟେଲୋ ସାଫାୟର, ସାଫାୟର, ଟୋପାଜ୍‌, ମୋତି, କୋରାଲ ଆଦି ଲାଗିଛି । ସୁନା, ପ୍ଲାଟିନମ୍‌, ରୁପାର ତାରରେ ଏଥିରେ ଏମ୍ବ୍ରୋଏଡାରୀ କାମ ହୋଇଛି । ଏହାସହିତ ଏଥିରେ ପ୍ରସିଦ୍ଧ ଚିତ୍ରକର ରବି ବର୍ମାଙ୍କର ୧୧ଟି ପେଣ୍ଟିଂ ବୁଣାଯାଇଛି ।

ଚେନ୍ନାଇ ସିଲ୍କସ୍‌ର ନିର୍ଦ୍ଦେଶକ ଏହି ଶାଢିକୁ ଡିଜାଇନ୍ କରିଛନ୍ତି । ଏହାକୁ ତିଆରି କରିବାକୁ କାଞ୍ଚିପୁରମ୍ ଚେନ୍ନାଇ ସିଲ୍କ ମିଲ୍‌ର ୩୬ଜଣ କାରିଗରଙ୍କୁ ୧୨ ମାସ ସମୟ ଲାଗିଥିଲା । ଏହାର ଓଜନ ୮ କିଲୋଗ୍ରାମ ରହିଥିବା ବେଳେ ଏହି ଶାଢିର ମୂଲ୍ୟ ୪୦ ଲକ୍ଷ ଟଙ୍କା ରହିଛି । ଏହି ଶାଢି ସବୁଠୁ ଦାମୀ ଶାଢି ଭାବେ ଗିନିଜ୍ ୱାଲର୍ଡ଼ ରେକର୍ଡ଼ ବି କରିଛି । ଏହି ଶାଢି ପ୍ରଥମେ ବାଙ୍ଗାଲୋରର ଜଣେ ବ୍ୟବସାୟୀ ବିବାହର ୧୦ମ ବାର୍ଷିକୀ ଅବସରରେ ତାଙ୍କ ପତ୍ନୀଙ୍କୁ ଉପହାର ଦେବା ପାଇଁ କିଣିଥିଲେ । ଏହାପରେ କୁଏତର ଜଣେ ଧନୀକ ବ୍ୟବସାୟୀ ବି ଏହି ଶାଢି ତିଆରି କରିବା ଲାଗି ଅନୁରୋଧ କରିଥିଲେ । ଏହି ଶାଢିର ଓଜନ ଅଧିକ ହୋଇଥିଲେ ହେଁ ପିନ୍ଧିବା ପରେ ଓଜନ ଏତେଟା ଜଣାପଡ଼େନା ।

Leave A Reply

Your email address will not be published.