Latest Odisha News

BREAKING NEWS

ଦୁଇ ନାଗ ସାପ ଲଢେଇରେ ବିଷ କ୍ରିୟା ହେବ କି ନାହିଁ? କ’ଣ କୁହନ୍ତି ବିଶେଷଜ୍ଞ…

ଭୁବନେଶ୍ୱର: ସୁନାବେଡା ଅଞ୍ଚଳରେ ଦୁଇ ନାଗ ସାପ ପରସ୍ପରକୁ କାମୁଡାକାମୁଡ଼ି କରୁଥିବା ନଜର ଆସିଥିଲା। ଯାହା ପରେ ଏକ୍ଷେତ୍ରରେ ବିଷ କ୍ରିୟା ହେବ କି ନାହିଁ ଭଳି ଏକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା।

ଆଉ ସମାନ ପ୍ରଜାତିର ସାପ ହୋଇଥିବା ହେତୁ ନିଜ ଉପରେ ନାଗ ସାପ ବିଷ କାମ କରିବ ବା ନାହିଁ ?

ଏନେଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ନାଗ ସାପଙ୍କ କ୍ଷେତ୍ରରେ କାନିବାଲିଜିମ୍ ଦେଖାଯାଏ ଏବଂ ଗୋଟିଏ ନାଗ ଅନ୍ୟ ନାଗକୁ ଖାଇବା ଏକ ସାଧାରଣ ଘଟଣା। ତେବେ ବୈଜ୍ଞାନିକ ମାନେ ଏବେ ମଧ୍ୟ ଏକ ନାଗର ଶରୀର ଉପରେ ଅନ୍ୟ ଏକ ନାଗ ବିଷ ର ପ୍ରତିକ୍ରିୟା ଉପରେ ଦ୍ଵନ୍ଦରେ ଅଛନ୍ତି । କାରଣ ବିଷ ତିଆରି ହେବା ଏକ ଜଟିଳ ପ୍ରକ୍ରିୟା, ଏବଂ ସାପ ମାନେ ନିଜର ବିଷ କୁ କେବଳ ଶୀକାର ପାଇଁ ଖର୍ଚ୍ଚ କରିଥାନ୍ତି। ଅଯଥାରେ ବିଷ ଖର୍ଚ୍ଚ କରିବା ସାପ ମାନେ ପସନ୍ଦ କରନ୍ତି ନାହିଁ।

ଏଣୁ ସୁନାବେଡାରେ ଲଢେଇ କରିଥିବା ଦୁଇ ସାପଙ୍କ ଶରୀରରେ ପରସ୍ପର ବିଷ ଛାଡି ଥିଲେ କି ନାହିଁ ତାହା ଆମେ ନିର୍ଦ୍ଦିଷ୍ଟ କରି କହି ପାରିବା ନାହିଁ । କିନ୍ତୁ ଯଦି କେଉଁ ବି ସାପ ମରିଥାନ୍ତା, ଆମେ ନିଶ୍ଚୟ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ତାର ପୋଷ୍ଟ ମର୍ଟମ୍ କରିବା ପାଇଁ ସବୁ ପ୍ରସ୍ତୁତି କରି ରଖିଥିଲୁ । ତେବେ ଯାହା ହେଉ ସାପ ଦୁଇଟି ବଞ୍ଚିଥିଲେ\” ।

Comments are closed.