ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭିତରୁ ଉଦ୍ଧାର ହେଲା ୪ ଫୁଟ ଲମ୍ବର ନାଗ ସାପ। ଏହି ସାପଟି ବିମାନ ବନ୍ଦର ପରିସରରେ ପୁରୁଣା ଆପ୍ରନ୍ରୁ ବାହାରି ନବ ନିର୍ମିତ ଆପ୍ରନରେ ପହଞ୍ଚି ସ୍ଥିର ହୋଇ ଶୋଇଥିବା ବେଳେ ସିଆଇଏସଏଫ୍ ଯବାନଙ୍କ ନଜର ପଡ଼ିଥିଲା। ସାପ ଉଦ୍ଧାର ପାଇଁ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ନେକ ହେଲ୍ପ ଲାଇନକୁ ଫୋନ୍ କରି କରାଯାଇଥିଲା। ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ୪ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରି ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି।
ଗତ ତିନି ମାସ ଧରି ଶୀତ ପ୍ରକୋପ ରହୁଥିବାରୁ ସାପମାନେ ଶୀତଳ ସୂପ୍ତି ବା ହାଇବରନେସନ୍ରେ ରହିଥିଲେ। ଏବେ ପରିବେଶରେ ଉଷ୍ମତା ବଢିବାରୁ ସାପମାନେ ପୁଣି ବାହାରିବା ଆରମ୍ଭ କରି ଦେଲେଣି ବୋଲି ଶୁଭେନ୍ଦୁ କହିଛନ୍ତି। ଯଦି ବିମାନ ବନ୍ଦର କର୍ତ୍ତୃପକ୍ଷ ଚାହିଁବେ ସ୍ନେକ ହେଲ୍ପ ଲାଇନର ଏକ ଟିମ୍ ବିମାନ ବନ୍ଦର ପରିସରରେ ସାପ ମାନଙ୍କର ସମ୍ଭାବ୍ୟ ଲୁଚିବା ସ୍ଥାନ ସବୁ ଖୋଜିବା ସହିତ , ବିମାନ ବନ୍ଦର ପରିସରରେ ସାପ ଉପଦ୍ରବ କମେଇବା ପାଇଁ ଉପାୟ ବତେଇ ପାରିବ ବୋଲି ଶୁଭେନ୍ଦୁ କହିଛନ୍ତି।
Comments are closed.