Latest Odisha News

BREAKING NEWS

ରାଷ୍ଟ୍ରପତି ପ୍ରାର୍ଥୀ ନିକି ଦେଲେ ପ୍ରତିଶ୍ରୁତି; କ୍ଷମତାକୁ ଆସିଲେ ଶତ୍ରୁଙ୍କୁ ବନ୍ଦ ହେବ ସହାୟତା

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ପ୍ରାର୍ଥୀ ନିକି ହାଲି ପାକିସ୍ତାନକୁ ଟାର୍ଗେଟ କରି ଦେଲେ ବଡ ପ୍ରତିଶ୍ରୁତି । କହିଲେ ରାଷ୍ଟ୍ରପତି ହେଲେ ଶତ୍ରୁଙ୍କୁ ବନ୍ଦ ହେବ ସହାୟତା । ରିପବ୍ଲିକ ପାର୍ଟିର ନେତା ନିକି ହାଲି ନିର୍ବାଚନ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଏକ ସର୍ଭେରୁ ଜଣାଯାଇଛି ନିକିଙ୍କୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ତାଙ୍କୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ସଖ୍ୟା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କଠାରୁ ମଧ୍ୟ ଅଧିକ । ନିଜର ଏପରି ଲୋକପ୍ରିୟତାକୁ ଦେଖି ନିକ ବାଇଡେନ ସରକାରଙ୍କୁ ଘେରିବା ଆରମ୍ଭ କରି ଦେଇଛନ୍ତି ।

ନିକି ଶନିବାର ବାଇଡେନ ପ୍ରଶାସନ ପକ୍ଷରୁ ବିଦେଶକୁ ପଠାଯାଉଥିବା ସହାୟତାକୁ ଟାର୍ଗେଟ କରି ବର୍ଷିଛନ୍ତି । ନ୍ୟୁୟର୍କ ପୋଷ୍ଟରେ ଏକ ଓପିନିୟନ ସ୍ତମ୍ଭରେ ସେ କହିଛନ୍ତି, ଆମେରିକା ପ୍ରତିବର୍ଷ କିପରି ୪୬ ଅରବ ଡଲାର ଖର୍ଚ୍ଚ କରୁଛି ଯାହା ପାକିସ୍ତାନ,ଚୀନ ଏବଂ ଇରାକ ପରି ଦେଶକୁ ଯାଉଛି । ଏପିରିକି ସେ ରାଷ୍ଟ୍ରପତି ହେଲେ ପ୍ରଥମେ ଶତ୍ରୁ ରାଜ୍ୟକୁ ଦିଆଯାଉଥିବା ସହାତୟାକୁ ବନ୍ଦ କରିବି । ବାଇଡେନ ପ୍ରଶାସନ ପାକିସ୍ତାନକୁ ସୈନ୍ୟ ସହାୟତା ପଠାଇବା ଜାରି ରଖିଛନ୍ତି । ଆମେରିକା ଟାକ୍ସ ଦାତାଙ୍କ ଅର୍ଥ ଏବେ ବି କମ୍ୟୁନିଷ୍ଟ ଚୀନକୁ ଦେବା ଜାରି ରଖିଛି । ସେ ଆହୁରି କହିଛନ୍ତି, ଏହି ଅର୍ଥ ଏବେ ବି କମ୍ୟୁନିଷ୍ଟ ଚୀନ ପାଖକୁ ହାସ୍ୟାସ୍ପଦ ଜଳବାୟୁ ପରିବତ୍ତନ ସହ ଜଡିତ କାର୍ଯ୍ୟକ୍ରମ ନାଁରେ ଯାଉଛି ।

ନିକି ଆହୁରି କହିଛନ୍ତି, ଆମେ ବେଲାରୁସକୁ ମଧ୍ୟ ସହାୟତା ପଠାଉଛୁ । ବେଲାରୁସ ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କର ସବୁଠାରୁ ନିକଟତମ ବନ୍ଧୁ ଅଟନ୍ତି । ଆମେ କମ୍ୟୁନିଷ୍ଟ ଦେଶ କ୍ୟୁବାକୁ ମଧ୍ୟ ସହାୟତା ପଠାଉଛୁ ଯେଉଁଠିକାର ସରକାର ତାଙ୍କ ଦେଶକୁ ଆତଙ୍କବାଦର ପ୍ରାୟୋଜକ ଅପବାଦ ଦେଉଛି । ସେତିକି ନୁହେଁ, ପାକିସ୍ତାନ ଏବଂ ଇରାକକୁ ମଧ୍ୟ ସହାୟତା ପଠା ଯାଉଛି ଯେଉଁଠି ଆମେରିକାକୁ ବିରୋଧ କରାଯାଏ ଏବଂ ଯେଉଁଠି ଆତଙ୍କୀ ସଂଗଠନ ସକ୍ରିୟ ରହିଛି ।

ନିକି କେବଳ ବାଇଡେନ ନୁହେଁ, ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ଟାର୍ଗେଟ କରି କହିଛନ୍ତି, ଏହା କେବଳ ବାଇଡେନଙ୍କ କାହାଣୀ ନୁହେଁ, ଏହା ଦୁଇ ପାର୍ଟି ଡେମୋକ୍ରାଟିକ ଏବଂ ରିପବ୍ଲିକାନ ପାର୍ଟିର ନେତୃତ୍ୱରେ ଅନେକ ଦଶକରୁ ଚାଲି ଆସିଛି । ସେ କହିଛନ୍ତି, ଆମର ବିଦେଶ ନୀତି ଅଟୋ ପାଇଲଟ ମୋଡରେ ରହିଛି । ଏହି ନିୟମ ଅନୁଯାୟୀ ସହାୟତା ପାଉଥିବା ରାଷ୍ଟ୍ରର ଆମେରିକା ପ୍ରତି ବ୍ୟବହାରକୁ ବି ନଜରଅନ୍ଦାଜ କରି ଦିଆଯାଇଥାଏ ।

Leave A Reply

Your email address will not be published.