Latest Odisha News

[ଭିଡ଼ିଓ] କାର୍ ଭିତରୁ ନାଗ ଉଦ୍ଧାର

ବରୁହା  : କାର୍ ଭିତରୁ ଉଦ୍ଧାର ହେଲା ନାଗ ସାପ । ଯାଜପୁର ବରୁହା ରକେଇ ବଜାରରେ ଜଣେ ବ୍ୟକ୍ତିଙ୍କ କାରରୁ ଏହି ୫ଫୁଟର ନାଗଟିକୁ ଉଦ୍ଧାର କରାଯାଇଛି । ବ୍ୟକ୍ତି ଜଣକ କାର୍ ନେଇ ବାହାରକୁ ବାହରୁଥିବା ବେଳେ ସାପର ଗର୍ଜନ ଶୁଣିବାକୁ ମିଳିଥିଲା । ପରେ ସାପଟି ଇଞ୍ଜିନ୍ ଭିତରେ ଶୋଇଥିବା ଦେଖିବାକୁ ମିଳିଥିଲା ।

ପରିବାର ଲୋକେ ସ୍ନେକ ହେଲପଲାଇନ୍ ସଦସ୍ୟଙ୍କୁ ଫୋନ୍ କରି ଜଣାଇଥିଲେ । । ସେମାନେ ଘଟଣା ସ୍ଥଳରେ ପହଂଚି କାର୍ ବନେଟ୍ ଖୋଲି ସାପଟିକୁ ଉଦ୍ଧାର କରିଥିଲେ । ନାଗଟିକୁ ଗାଁଠାରୁ ଦୂରରେ ଥିବା ଏକ ପ୍ରାକୃତିିକ ଆବାସସ୍ଥଳୀରେ ଛାଡ଼ିଦିଆଯାଇଛି ।

Leave A Reply

Your email address will not be published.