Latest Odisha News

BREAKING NEWS

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ, ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଲେ ଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫଳ ପ୍ରକାଶ କରାଯାଇଛି । ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟରୁ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ୧୨ହଜାର ୩୨୧ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ ୮୪୬୦ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ରେଜଲ୍ଟରେ ପାସ୍ ହାର ୬୮.୬୬ ପ୍ରତିଶତ ରହିଛି । ଏଥର ଛାତ୍ରଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ଛାତ୍ରୀ ।

କଳାରେ ୮୯୩୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେହିଭଳି ବାଣିଜ୍ୟରେ ୬୧୫, ବିଜ୍ଞାନରେ ୨୩୩୧ ଓ ଧନ୍ଦାମୂଳକ ଶିକ୍ଷାରେ ୪୪୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ କଳାରେ ୬୩୧୦ଜଣ, ବାଣିଜ୍ୟରେ ୪୨୨, ବିଜ୍ଞାନରେ ୧୫୦୧ ଓ ଧନ୍ଦାମୂଳକ ଶିକ୍ଷାରେ ୨୨୭ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ତେବେ ପରୀକ୍ଷାରେ ଛାତ୍ରମାନଙ୍କ ପାସ୍ ହାର ୬୨.୭ପ୍ରତିଶତ ରହିଥିବାବେଳେ ଛାତ୍ରୀଙ୍କ ପାସହାର ୬୭.୭୬ ପ୍ରତିଶତ ରହିଛି ।

ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଅକ୍ଟୋବର ୧ରୁ ଆରମ୍ଭ ହୋଇ ୧୧ତାରିଖରେ ସରିଥିଲା । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ୧୩ ହଜାର ୪୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିବାବେଳେ ୧୨ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ ।

Leave A Reply

Your email address will not be published.