ଡେଲାଙ୍ଗ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରତାପଡା ଗାଁରେ ଏକ ମୂଷା ଧରା ଯନ୍ତାରେ ଫସିଛି ନାଗ ସାପ।
ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ସୁବାସ ପରିଡା ନିଜ ଗ୍ରୋସରି ଦୋକାନରେ ମୂଷା ଉପଦ୍ରବକୁ ରୋକିବା ପାଇଁ ଯନ୍ତା ବସେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସେଇ ଯନ୍ତା ଭିତରେ ଏକ ନାଗ ସାପ ପଡିଥିବାର ଦେଖି ସେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ ।
ଖବର ପାଇ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଏକ ୩ ଫୁଟ ଲମ୍ବର ନାଗ ସାପକୁ ଯନ୍ତା ଭିତରୁ ବାହାର କରିଥିଲେ। ପରେ ସାପଟିକୁ ଗାଁ ଠାରୁ ବହୁ ଦୂରରେ ଥିବା ଏକ ପ୍ରାକୃତିକ ଆବାସସ୍ଥଳୀରେ ସାପଟିକୁ ଛାଡ଼ି ଦିଆଯାଇଥିବା ଜଣାପଡିଛି।
ଏନେଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ଯନ୍ତାରେ ପ୍ରଥମେ ମୂଷା ପଡିଥିଲା, ତେବେ ମୂଷା ଖାଇବା ଆଶାରେ ଯେନ ତେନ ପ୍ରକାରେ ସେ ଯନ୍ତା ଭିତରେ ଯାଇଛି; ହେଲେ ମୂଷାକୁ ଖାଇବା ପରେ ପେଟ ଫୁଲି ଯିବାରୁ ସେ ଆଉ ବାହାରିବାକୁ ବାଟ ପାଇନଥିଲା”।
Comments are closed.