Latest Odisha News

BREAKING NEWS

ଏସିରେ ଫସିଲା ନାଗ

ଯାଜପୁର : ଏସିରେ ଫସିଲା ନାଗ ସାପ । ଯାଜପୁର କୁଆଖିଆର ଜଣେ ଯନ୍ତ୍ରୀଙ୍କ ଘର ଏସିରୁ ଏହି ବିଷାକ୍ତ ନାଗ ସାପଟିକୁ ଉଦ୍ଧାର କରାଯାଇଛି । ବାହାର ପଟେ ଥିବା କମ୍ପ୍ରେସର ୟୁନିଟରେ ଏହି ସାପଟି ଫସିଥିଲା। ତେବେ ଘଟଣା ସ୍ଥଳରେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ପହଞ୍ଚି ୩ଫୁଟ ଲମ୍ବା ସାପକୁ ଉଦ୍ଧାର କରିଥିଲେ ।

ଆଜି ସକାଳେ ଯାଜପୁର ଜିଲ୍ଲାର କୁଆଖିଆ ରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟ କରୁଥିବା ଯନ୍ତ୍ରୀ ଭୀମସେନ ମହାରଣା ତାଙ୍କ ଶୋଇବା ଘରେ ଲାଗିଥିବା ଏସିର ବାହାର ପଟେ ଏକ ସାପ ଫସି ରହିଥିବା ଦେଖିବାକୁ ପାଇଥିଲେ । ସାହାଯ୍ୟ ପାଇଁ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ଜାରକାଠାରେ ରହୁଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ତପନ କୁମାର ପ୍ରଷ୍ଟି ଘଟଣାସ୍ଥଳରେ ପହଞ୍ଚିଥିଲେ । ସାପଟି ଥିଲା ଏକ ବିଷଧର ନାଗ ସାପ ।

ତପନ ଗୋଟିଏ  ପାଇପ ଆଣି ସାପର ମୁଣ୍ଡକୁ ସେଇ ପାଇପରେ ଭର୍ତ୍ତି କରିବା ପରେ ପାଖରେ ଥିବା ଏକ କାଠ ଖୁଣ୍ଟ ରେ ବାନ୍ଧି ଦେଲେ । ଏହା ପରେ ସ୍କ୍ରୁ ଡ୍ରାଇଭରରେ କଂପ୍ରେସରର କଭର ଖୋଲିବା ପରେ ନାଗ ସାପକୁ ପାଇପ ଭିତରେ ସମ୍ପୂର୍ଣ୍ଣ ରୁପେ ପଶି ଅପର ପଟେ ବାହାରି ପଡିଥିଲା । ତପନ ନିଜର ସ୍ନେକ ହୁକ ସାହାଯ୍ୟରେ ସାଢ଼େ ୩ ଫୁଟ ଲମ୍ବର ନାଗ ସାପଟିକୁ ଉଦ୍ଧାର କରିଥିଲେ ।

ସାପଟିକୁ ଜନବସତି ଠାରୁ ଦୂରରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆ ଯାଇଛି ।

Leave A Reply

Your email address will not be published.