Latest Odisha News

BREAKING NEWS

ବିପଦ ସଂକେତ ଉପରେ ବୈତରଣୀ

ଯାଜପୁର: ବୈତରଣୀ ନଦୀର ଜଳ ସ୍ତର ପୁଣି ବୃଦ୍ଧି । ବିପଦ ସଂକେତ ଉପରେ ପ୍ରବାହିତ । ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସାମାନ୍ୟ ସୁଧୁରୁଥିବା ବେଳେ ବୈତରଣୀ ନଦୀର ଜଳ ସ୍ତର ପୁଣି ବୃଦ୍ଧି ପାଇ ବିପଦ ସଂକେତ ଉପରେ ପ୍ରବାହିତ ହୋଇଛି । ବ୍ରାହ୍ମଣୀର ଜଳ ସ୍ତର ହ୍ରାସ ପାଇଛି । ହେଲେ ବରୀ ବ୍ଲକ ଅଂଚଳର ଅନେକ ଗାଁ ଏବେବି ପାଣି ଘେରରେ ରହିଛି ।

ସେହିପରି ଖରସ୍ରୋତା ନଦୀର ଜଳ ସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ବର୍ତ୍ତମାନ ସୁଦ୍ଧା ଜିଲାରେ ୨ ଜଣଙ୍କ ବନ୍ୟାରେ ଜୀବନ ଯାଇଛି । ଜିଲ୍ଲାରେ ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀରେ ଆସିଥିବା ବନ୍ୟା ଯୋଗୁଁ ୧୦ଟି ବ୍ଲକର ୧୮୪ ଟି ପଂଚାୟତ ର ୭୨୪ ଗାଁ ପ୍ରଭାବିତ ହୋଇଛି । ବରୀରେ ଦୁଇଟି ଏବଂ ରସୁଲପୁର ବ୍ଲକରେ ଗୋଟିଏ ଘାଇ ସୃଷ୍ଟି ହୋଇଛି ।

କିଛି ପଂଚାୟତ ରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି ଜିଲାପାଳ କହିଛନ୍ତି । ସେପଟେ ବୈତରଣୀ ବନ୍ୟା ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି । ଯାଜପୁର ଓ ଦଶରଥପୁର ବ୍ଳକ ସବୁଠାରୁ ଅଧିକ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। ଆଜି ବରୀ ବିଧାୟିକା ସୁନନ୍ଦା ଦାସ ଜିଲାପାଳ ଙ୍କ ସହିତ ଆଲୋଚନା କରି ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

Leave A Reply

Your email address will not be published.