Latest Odisha News

BREAKING NEWS

କିଙ୍ଗ୍ କୋବ୍ରା ହାତରେ ଧରି ଖେଳିଲା ମାଙ୍କଡ଼ , ଭିଡ଼ିଓ ଭାଇରାଲ

ସୋସିଆଲ ମିଡିଆରେ ପଶୁମାନଙ୍କର ଅନେକ ଭିଡିଓ ଦେଖିବାକୁ ମିଳିଥାଏ । ଯେଉଁଥିରେ ପଶୁମାନଙ୍କ ଭିତରେ ଥିବା ବନ୍ଧୁତା ଏବଂ ସେମାନଙ୍କର ମଜାଳିଆ କାର୍ଯ୍ୟକଳାପ ନଜରକୁ ଆସିଥାଏ । ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ଲୋକଙ୍କ ୃଦୃଷ୍ଟି ଆକର୍ଷଣ କରିଛି । ଏକ ମାଙ୍ଗଡ଼ କିଙ୍ଗ କୋବ୍ରାକୁ ହାତରେ ଧରି ଖେଳିବା ସହ ତାର ଲାଞ୍ଜକୁ ପାଟିରେ ପୁରାଉଛି । ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

କିଙ୍ଗ୍ କୋବ୍ରା ହେଉଛି ଦୁନିଆର ସବୁଠାରୁ ବିପଜ୍ଜନକ ସାପ । ଏହା ଅତ୍ୟଧିକ ବିଷାକ୍ତ ଏବଂ କାହାକୁ ବି ମାରିପାରେ । କିନ୍ତୁ ଏହି ଭିଡିଓରେ କ’ଣ ଘଟିଛି ଦେଖିଲେ ହିଁ ଜାଣିପାରିବ । ଏକ ମାଙ୍କଡ଼ ଖେଳନା ଭାବି ଭୁଲ୍‌ରେ ଅହିରାଜ ସହିତ ଖେଳୁଥିବା ଦେଖିବାକୁ ମିଳିଛି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ମାଙ୍କଡ଼ଟି ଏକ ଗଛ ଉପରେ ବସିଛି । ହାତରେ ଏକ କିଙ୍ଗ୍‌କୋବ୍ରାକୁ ଧରିଛି । ସାପକୁ ଏକ ଖେଳନା ପରି ବୁଲାଉଛି । କିଛି ସମୟ ପରେ ତା’ର ଲାଞ୍ଜକୁ ନେଇ ପାଟିରେ ପୂରାଉଛି । ଦର୍ଶକମାନେ ଭିଡିଓ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣେ ମନ୍ତବ୍ୟ ଦେଇ କହିଛନ୍ତି, ଏହା ଦେଖିବା ଏତେ ଭୟାନକ ଅଟେ । କିଛି ଲୋକ ମାଙ୍କଡ଼ର ସାହସ ଏବଂ ଦୃଢ଼ତାକୁ ପ୍ରଶଂସା କରିଛନ୍ତି । ଜଣେ ୟୁଜର ମାଙ୍କଡ଼କୁ ପ୍ରଶଂସା କରି କହିଛନ୍ତି ମହାନ ଯୋଦ୍ଧା, ମାଙ୍କଡ଼ ।

Leave A Reply

Your email address will not be published.