Latest Odisha News

BREAKING NEWS

ଜାନୁଆରୀ ୧୭ରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ

ପୁରୀ: ଆସନ୍ତା ଜାନୁଆରୀ ୧୭ରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ। ଆଜି ଶ୍ରୀନଅରରେ ଏନେଇ ସରିଛି ନୀତି ସବକମିଟି ବୈଠକ। ତ୍ରିଦିବସାତ୍ମକ ପୂଜାର୍ଚ୍ଚନା ସହ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ୨୦୨୧ ନଭେମ୍ବର ୨୪ରେ ଯେଉଁଭଳି ଭାବରେ ଭବ୍ୟ ସମାରୋହରେ ଶିଳାନ୍ୟାସ ହୋଇଥିଲା ସେହିପରି ଭଵ୍ୟ ସମାରୋହରେ ହେବ ପ୍ରତିଷ୍ଠା ଉତ୍ସବ।

ଜାନୁଆରୀ ୧୨ ତାରିଖରୁ ଅଙ୍କୁରାରୋପଣ ପରେ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପଠନ ସହ ୧୫ ତାରିଖରୁ ହେବ ପ୍ରତିଷ୍ଠା ପାଇଁ ଯଜ୍ଞ ଉତ୍ସବ। ନୃସିଂହ ମନ୍ତ୍ରରେ ପ୍ରକମ୍ପିତ ହେବ ସିଂହଦ୍ୱାର। ନଭେମ୍ବର ୨୪,୨୦୨୧ ରେ ଗଜପତି ନିଜେ ଯଜମାନ ଭାବରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ଆସନ୍ତା ଜାନୁଆରୀ ୧୭ ତାରିଖରେ ଯଜ୍ଞର ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜ ଏବଂ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.