Latest Odisha News

BREAKING NEWS

ଦିଲ୍ଲୀରେ ‘କକରୋଚ୍ ଜନତା ପାର୍ଟି’ର ବିକ୍ଷୋଭ: ସମର୍ଥନ ଜଣାଇଲା ଏହି ରାଜନୈତିକ ଦଳ

ନୂଆଦିଲ୍ଲୀ: ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ସାରା ଦେଶରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଏହି ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ନିକଟରେ ଗଠନ ହୋଇଥିବା ‘କକରୋଚ୍ ଜନତା ପାର୍ଟି’ ବା ସିଜେପି ପକ୍ଷରୁ ଦିଲ୍ଲୀର ଜନ୍ତରମନ୍ତରଠାରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଡାକରା ଦିଆଯାଇଛି। ଏବେ ଏହି ଆନ୍ଦୋଳନକୁ ଜନତା କଂଗ୍ରେସ ଛତିଶଗଡ଼ (ଜେ) ଦଳ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଘୋଷଣା କରାଯାଇଛି।

 

ସାମାଜିକ ଗଣମାଧ୍ୟମରେ କେବଳ ଏକ ବିଦ୍ରୂପାତ୍ମକ ବା ମଜାଳିଆ ନାମରେ ଆରମ୍ଭ ହୋଇଥିବା ‘କକରୋଚ୍ ଜନତା ପାର୍ଟି’ ବର୍ତ୍ତମାନ ଏକ ବଡ଼ ଯୁବ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିନବ ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆମେରିକାରୁ ଭାରତ ଫେରି ଏହି ବିକ୍ଷୋଭର ନେତୃତ୍ୱ ନେଉଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଉଥିବା ବେଳେ ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏବଂ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସିଜେପି ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅନ୍ୟପକ୍ଷରେ ଛତିଶଗଡ଼ର ଆଞ୍ଚଳିକ ଦଳ ଜନତା କଂଗ୍ରେସ ଛତିଶଗଡ଼ (ଜେ) ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା କରିବା ଦିଗରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ତେଣୁ ଯୁବପିଢ଼ିଙ୍କ ଦ୍ୱାରା ପରିଚାଳିତ ଏହି ‘କକରୋଚ୍ ଜନତା ପାର୍ଟି’ର ଦାବି ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ। ଛାତ୍ରଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସେମାନେ ଏହି ନୂଆ ଆନ୍ଦୋଳନରେ ସାମିଲ ହୋଇ ସ୍ୱର ଉତ୍ତୋଳନ କରିବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି।

Leave A Reply

Your email address will not be published.