ନୂଆଦିଲ୍ଲୀ: ଓଲ୍ଡ ଟ୍ରାଫେଡରେ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଖେଳାଯାଉଛି । ଭାରତୀୟ କ୍ରିକେଟ ଟିମ ତାର ଚୂଡାନ୍ତ ଏକାଦଶରେ ଯୁବ ବୋଲର ଅଂଶୁଲ କମ୍ବୋଜଙ୍କୁ ସୁଯୋଗ ଦେଇଛି । କରୁଣ ନାୟାର, ନୀତିଶ ରେଡ୍ଡୀ ଓ ଆକାଶଦୀପଙ୍କ ସ୍ଥାନରେ ଟିମ ଇଣ୍ଡିଆ ସାଈ ସୁଦର୍ଶନ, ଅଂଶୁଲ କମ୍ବୋଜ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ଦେଇଛି । ରଣଜୀ କ୍ରିକେଟରେ ଗୋଟିଏ ଇନିଂସରେ ୧୦ଟି ୱିକେଟ ନେଇ ଅଂଶୁଲ ଚର୍ଚ୍ଚାକୁ ଆସିଥିଲେ । ଅନୀଲ କୁମ୍ବଲେ ଓ ଅଂଶୁଲଙ୍କ ମଧ୍ୟରେ ଏକ ଚମତ୍କାର ସଂଯୋଗ ରହିଛି ।
୧୯୯୦ରେ ଭାରତର ମହାନ ସ୍ପିନର କୁମ୍ବଲେ ମାଂଚେଷ୍ଟରରେ ତାଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ଅଂଶୁଲ ମଧ୍ୟ ଏଠାରେ ତାଙ୍କ କ୍ୟାରିୟର ଆରମ୍ଭ କରିଛନ୍ତି । ଦୁଇ ଜଣଯାକ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦ଟି ଲେଖାଏଁ ୱିକେଟ ନେଇଛନ୍ତି । ଦୁଇଜଣଙ୍କ ନାମକୁ ଛୋଟ ଅକ୍ଷରରେ ଏକେ ଲେଖାଯାଇଥାଏ । ଭାରତ ମାଂଚେଷ୍ଟରରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଟେଷ୍ଟ ଜିିତିପାରି ନାହିଁ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ସିରିଜରେ ତିଷ୍ଠି ରହିବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ଆବଶ୍ୟକ ହେଉଛି ।
Comments are closed.