Latest Odisha News

BREAKING NEWS

ଥଣ୍ଡା, କାଶ ଏବଂ ଗଳା ଯନ୍ତ୍ରଣାରେ ପୀଡିତ କି? ଏହି ଘରୋଇ ଉପଚାର ଆପଣାନ୍ତୁ…

ଭୁବନେଶ୍ବର: ପାଗ ପରିବର୍ତ୍ତନ ସହିତ, ଅଧିକାଂଶ ଲୋକ ଶୀଘ୍ର ଥଣ୍ଡା, ଫ୍ଲୁ ଏବଂ କାଶର ଶିକାର ହୋଇଥାଆନ୍ତି। ଏହି ରୋଗଗୁଡ଼ିକ ବହୁତ ସାଧାରଣ, କିନ୍ତୁ ବେଳେ ଏହା ବହୁତ କଷ୍ଟ ଦେଇଥାଏ । ଏହି ସମସ୍ୟା ଥିଲେ ଅଧିକାଂଶ ଲୋକ ଔଷଧର ସାହାରା ନିଅନ୍ତି । କିନ୍ତୁ ଆମେ କିଛି ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ଥଣ୍ଡା ଏବଂ କାଶରୁ ମୁକ୍ତି ପାଇବା ପାଇଁ ଏହି ଟିପ୍ସଗୁଡ଼ିକୁ ଅନୁସରଣ କରନ୍ତୁ:-

-ଥଣ୍ଡା ଏବଂ କାଶରୁ ମୁକ୍ତି ପାଇବା ପାଇଁ, ଦୁଇ ଗ୍ଲାସ ପାଣିରେ ୨୦ ରୁ ୨୫ ତୁଳସୀ ପତ୍ର, ଗୋଟିଏ ଚାମଚ ଯୁଆଣୀ, ଗୋଟିଏ ଚାମଚ ମେଥି, ଅଧ ଚାମଚ ହଳଦୀ ଏବଂ କିଛି ପୋଦିନା ପତ୍ର ମିଶାଇ ଏକ ପ୍ୟାନରେ ୮ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହି ପାଣି ଅଧା ହୋଇଗଲେ ଏହାକୁ ଛାଣି ଓଷୁମ ପାଣି ପିଅନ୍ତୁ ।

-ଯଦି ଆପଣଙ୍କର ଗଳା ଯନ୍ତ୍ରଣା ହେଉଛି, ତେବେ ଦିନକୁ ଚାରି ଥର କୁଳି କରନ୍ତୁ। ଦିନକୁ ଚାରିରୁ ପାଞ୍ଚ ଥର ଉଷୁମ ଲୁଣ ପାଣିରେ କୁଳି କରିବା ଦ୍ୱାରା ଆରାମ ମିଳିପାରିବ। ଆପଣ ଉଷୁମ ପାଣିରେ ହଳଦୀ ମଧ୍ୟ ବ୍ୟବହାର କରିପାରିବେ।

-ଶୁଖିଲା ଅଦା ପାଉଡର ଅଧା ଚାମଚ, ହଳଦୀ ଅଧା ଚାମଚ, ଗୋଲମରିଚ ପାଉଡର ଏକ ଚିମୁଟା, ଖାଣ୍ଟି ମହୁ ଗୋଟିଏ ଚାମଚ ଆବଶ୍ୟକ। ଏହି ସମସ୍ତ ସାମଗ୍ରୀକୁ ଏକାଠି ମିଶାଇ ଦିନକୁ ଦୁଇରୁ ତିନିଥର ଏହି ମିଶ୍ରଣକୁ ସେବନ କରନ୍ତୁ। ଏହାକୁ ଖାଇବା ପରେ ଆପଣ ଭଲ ଅନୁଭବ କରିବେ।

-ଶୁଖିଲା କାଶରୁ ମୁକ୍ତି ପାଇବା ପାଇଁ ଏହି ଉପଚାରକୁ ବହୁତ ସରଳ ଏବଂ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଏଥିପାଇଁ, ଏକ ଗ୍ଲାସ୍ ପାଣିରେ ଛଅଟି ତୁଳସୀ ପତ୍ର ଏବଂ ଗୋଲମରିଚ ମିଶାଇ ଭଲ ଭାବରେ ଫୁଟାନ୍ତୁ। ମିଶ୍ରଣକୁ ଛାଣି ଆବଶ୍ୟକ ଅନୁସାରେ ମହୁ ମିଶାନ୍ତୁ। ଆପଣ ଏହି ଚା’ ନିୟମିତ ସେବନ କରନ୍ତି, ତେବେ ଆପଣଙ୍କୁ କାଶରୁ ମୁକ୍ତି ମିଳିବ।

Comments are closed.