Latest Odisha News

BREAKING NEWS

ଥଣ୍ଡା କ୍ଷୀର ପିଇଲେ ମିଳେ ଏହି ସବୁ ଲାଭ..

ଭୁବନେଶ୍ବର: କ୍ଷୀରରେ କ୍ୟାଲସିୟମ ଏବଂ ପ୍ରୋଟିନ ଅଧିକ ମାତ୍ରାରେ ଥାଏ । ଯାହା ଶରୀର ପାଇଁ ବେଶ୍ ଲାଭଦାୟକ । ତେବେ ଆମେ ପ୍ରାୟତଃ ଗରମ କ୍ଷୀର ପିଇବାକୁ ପସନ୍ଦ କରୁ। କିନ୍ତୁ ଆପଣ ଜାଣିଛନ୍ତି କି ଥଣ୍ଡା କ୍ଷୀର ପିଇଲେ ଅନେକ ଲାଭ ମିଳେ । ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ..

– ଶରୀର ଦୁର୍ବଳ ଲାଗିଲାବେଳେ ଥଣ୍ଡା କ୍ଷୀର ପିଅନ୍ତୁ । ଏହି କ୍ଷୀର ପିଇବା ଦ୍ବାରା ଶରୀରରେ ଫୁର୍ତ୍ତି ଆସେ ଓ ଫ୍ରେସ ଅନୁଭବ ହୁଏ ।

-ସେହିପରି ଥଣ୍ଡା କ୍ଷୀର ପିଇବା ଦ୍ବାରା ଚେହେରାରେ ଚମକ ଆସିଥାଏ। ଏଥିସହ ତ୍ବଚାକୁ ଟାଇଟ,ହାଇଡ୍ରେଟ ଏବଂ ନରମ କରେ ।

-ଥଣ୍ଡା କ୍ଷୀର ପିଇଲେ ସହଜରେ ନିଜର ଓଜନ କମାଇପାରିବେ। ଏହାକୁ ପିଇବା ଦ୍ବାରା ଶରୀର ତାପମାତ୍ରା ନର୍ମାଲ ରହିଥାଏ। ଏଭଳି ହେବା ଦ୍ବାରା ଓଜନ ନିୟନ୍ତ୍ରଣରେ ରହିଥାଏ।

-ବ୍ୟାୟାମ କରିବା ପରେ ଆପଣ ଥଣ୍ଡା କ୍ଷୀର ପିଇ ପାରିବେ । ଏହାକୁ ପିଇବା ଦ୍ବାରା ଶରୀରକୁ ପ୍ରୋଟିନ ମିଳେ ।

-ଭୋକ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ଥଣ୍ଡା କ୍ଷୀର ପିଇ ପାରିବେ। ଥଣ୍ଡା କ୍ଷୀର ପିଇବା ଦ୍ବାରା ଭୋକ ଲାଗେ ନାହିଁ ଓ ପେଟ ସମ୍ବନ୍ଧିୟ ଅନ୍ୟ ସମସ୍ୟା ମଧ୍ୟ ହୋଇ ନଥାଏ।

-ଆହୁରି ମଧ୍ୟ ଏସିଡିଟିରୁ ମୁକ୍ତି ପାଇବାକୁ ହେଲେ ଥଣ୍ଡା କ୍ଷୀର ପିଇବା ଉଚିତ। ଥଣ୍ଡା କ୍ଷୀର ପିଇଲେ ଶରୀରରେ ଗ୍ୟାସ ହୁଏ ନାହିଁ ଏବଂ ପେଟ ବ୍ୟଥା ମଧ୍ୟ ହୋଇନଥାଏ ।

Leave A Reply

Your email address will not be published.