Latest Odisha News

BREAKING NEWS

ରାଜ୍ୟରେ ଜାରି ରହିଛି ଶୀତ ଲହରି; ୧୫ ଡିଗ୍ରୀ ତଳେ ୭ ସହର

ଭୁବନେଶ୍ବର: ଆଜି ବି ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି। ୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୭ ସହର। ୧୧ ଡ଼ିଗ୍ରୀ ସହ ଆଜି ବି ଦାରିଙ୍ଗବାଡି ଓଡିଶାର ସବୁଠୁ ଥଣ୍ଡା ସହର ରହିଛି।

ଫୁଲବାଣୀ ରେ ୧୨.୨ ଡ଼ିଗ୍ରୀ, ଟିଟଲାଗଡ ଏବଂ କେନ୍ଦୁଝରରେ ୧୩ .୮ ଡ଼ିଗ୍ରୀ, କୋରାପୁଟରେ ୧୪.୦ଡ଼ିଗ୍ରୀ, ଝାରସୁଗୁଡାରେ ୧୪.୬ ଡ଼ିଗ୍ରୀ, ଭବାନୀପାଟଣାରେ ୧୪.୯ ଡ଼ିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ୱର ରେ ୧୭.୪ଡ଼ିଗ୍ରୀ ଥିବା ବେଳେ କଟକରେ ୧୭.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି।

Comments are closed.