Latest Odisha News

BREAKING NEWS

ତାଲିବାନର ଚେତାବନୀ ସତ୍ତ୍ୱେ ବି ଆଫଗାନିସ୍ତାନରେ ଜାରି ରହିଛି ଅଫିମ ଚାଷ

କାବୁଲ: ତେବେ ଆଫଗାନିସ୍ତାନ ତାଲିବାନ ନିୟନ୍ତ୍ରଣରେ ଯିବା ପରଠୁ ଆଫଗାନିସ୍ତାନରେ ଅଫିମ ଚାଷ ଉପରେ ତାଲିବାନ ରୋକ୍‌ ଲଗାଇଥିଲା। ତାଲିବାନର ଚେତାବନୀ ସତ୍ତ୍ବେ ବି ଆଫଗାନିସ୍ତାନରେ ଅଫିମ ଚାଷ ଜାରି ରହିଥିବା ଜଣାପଡ଼ିଛି।

ଅଗଷ୍ଟ ୧୫ରେ ତାଲିବାନକୁ କ୍ଷମତାକୁ ଆସିବା ପରେ ତାଲିବାନର ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଦେଶରେ ଡ୍ରଗ୍ କାରବାରକୁ ନୂତନ ସରକାର ଅନୁମତି ଦେବେ ନାହିଁ। ସେ କହିଛନ୍ତି ଯେ ଆମେ ଡ୍ରଗ୍ସ ବିରୋଧୀ ଏବଂ ଆଫଗାନିସ୍ତାନର ଇସଲାମିକ୍ ଏମିରେଟ୍ ନିଶା ଦ୍ରବ୍ୟ ଉତ୍ପାଦନକୁ ହଟାଇବାକୁ ଚେଷ୍ଟା କରୁଛି, କିନ୍ତୁ ସେତେବେଳେ ଏହା ସମ୍ଭବ ହେବ ଯେତେବେଳେ ସମଗ୍ର ବିଶ୍ୱ କୃଷକମାନଙ୍କୁ ସଶକ୍ତିକରଣ କରିବାରେ ସାହାଯ୍ୟ କରିବ ଏବଂ ଜୀବିକା ନିର୍ବାହ ପାଇଁ ଏକ ବିକଳ୍ପ ଯୋଗାଇ ଦେବ।

ଆଫଗାନିସ୍ତାନର ଜଣେ କୃଷକ ଅବା ୱାଲି ଅଲଜାଜିରାଙ୍କୁ କହିଛନ୍ତି, “ଆମେ ଅଫିମ ଚାଷ କରୁଛୁ, କାରଣ ଏହାଦ୍ବାରା ଆମେ ପରିବାର ପାଇଁ ଦୁ ମୁଠା ଖାଦ୍ୟ ଯୋଗାଡ କରିପାରୁଛୁ। କୌଣସି ସରକାର ଆମକୁ ସାହାଯ୍ୟ କରୁନାହାଁନ୍ତି। ଅନ୍ୟ ଫସଲ ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ଜଳ ନାହିଁ, ତେଣୁ ଅଫିମ ଏକମାତ୍ର ଉପଲବ୍ଧ ବିକଳ୍ପ ହୋଇପାରିଛି।

Leave A Reply

Your email address will not be published.