Latest Odisha News

BREAKING NEWS

ଜାଡ଼ରେ ଥରୁଛି ଓଡ଼ିଶା, ଆହୁରି ୫ ଦିନ ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର: ଜାଡ଼ରେ ଥରୁଛି ଓଡ଼ିଶା । ଉପକୂଳରୁ ଦକ୍ଷିଣ ପୁଣି ପଶ୍ଚିମ ଓଡ଼ିଶା । ସବୁଠି ଅସହ୍ୟ ଶୀତ । ୭ଟି ସରରରେ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ୨୫ ସହରରେ ପାରଦ ୧୫ ଡିଗ୍ରୀ ତଳେ ରହିଛି । ୭ ଡ଼ିଗ୍ରୀ ସେଲସିୟସ ସହ ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ ।

ରାଜ୍ୟକୁ କ୍ରମାଗତ ଭାବରେ ପ୍ରବେଶ କରୁଥିବା ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟରେ ଶୀତ ଲହରି ଜାରି ରହିଛି । ଆଗାମୀ ୪-୫ ଦିନ ଯାଏ ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଯାଏ କମ୍ ରହିପାରେ ।

ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡି ୭.୫, କୋରାପୁଟ ୭.୫ , ସୁନ୍ଦରଗଡ ୯.୫, ଟିଟଲାଗଡ ୯.୮, ଭବାନୀପାଟଣା ୧୦.୦, ସୋନପୁର ୧୦.୫, କେନ୍ଦୁଝର ୧୧.୦ , ବଲାଙ୍ଗୀର ୧୧.୦, ଅନୁଗୁଳ ୧୧.୦, ମାଲକାନଗିରି ୧୧.୫ ଏବଂ ଚାନ୍ଦବାଲି ଠାରେ ୧୧.୬ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ୱର ଓ କଟକରେ ରାତିର ସର୍ବନିମ୍ନ ତପମାତ୍ରା ରହିଥିଲା ୧୩ ଡିଗ୍ରୀ ସେଲସିୟସ୍ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଚଳିତ ବର୍ଷ ବର୍ଷାର ପରିମାଣ ୨୦୦%ରୁ ଅଧିକ ରହିଲା ।

ନଭେମ୍ବର ଓ ଡିସେମ୍ବର ପ୍ରଥମରୁ ଲଘୁଚାପ ବର୍ଷା, ବାତ୍ୟା ଓ ଟ୍ରଫ୍‌ଲାଇନ୍‌ ଯୋଗୁଁ ଶୀତ ଦିନ ସଂଖ୍ୟା ସହ ଶୀତ ପ୍ରକୋପ ମଧ୍ୟ କମ୍‌ ରହିଛି । ଚଳିତ ବର୍ଷ ଜାନୁଆରୀ ଓ ଫେବ୍ରୁଆରିରେ ସ୍ୱାଭାବିକଠାରୁ କମ୍‌ ରହିବ ଶୀତ ପ୍ରକୋପ ।

Leave A Reply

Your email address will not be published.