Latest Odisha News

ଜାଡରେ ଥରୁଛି ରାଜଧାନୀ; ୩.୧ ଡିଗ୍ରୀ ତାପମାତ୍ରା ରେକର୍ଡ

ନୂଆଦିଲ୍ଲୀ: ଉତ୍ତର ଭାରତରେ ବଢୁଛି ଶୀତ ପ୍ରକୋପ। ଥରୁଛି ରାଜଧାନୀ। ସୋମବାର ରାଜଧାନୀରେ ଦିଲ୍ଲୀରେ ୩.୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।

ଦିଲ୍ଲୀ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ରାଜସ୍ଥାନର କିଛି ଅଂଶରେ ପ୍ରବଳ ଶୀତ  ଅନୁଭୂତ ହୋଇଥିବା ରିପୋର୍ଟ ହୋଇଛି।

ଦିଲ୍ଲୀର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୋମବାର ଦିନ ଲୋଧୀ ରୋଡ୍‌ ଅବଜରଭେଟୋରୀରେ ସର୍ବନିମ୍ନ ତାପମାତ୍ରା (୩.୧ ଡିଗ୍ରୀ ସେଲସିୟସ୍) ରେକର୍ଡ କରାଯାଇଛି ବୋଲି ସେ କହିଛନ୍ତି।

ଆଇଏମଡି ଅନୁଯାୟୀ, ଦିଲ୍ଲୀର ବେସ ଷ୍ଟେସନ ସଫଦରଜଙ୍ଗ ରବିବାର ସକାଳେ ୪.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଜାଫରପୁରରେ ୩.୩ ଡିଗ୍ରୀ ଏବଂ ଲୋଧୀ ରୋଡରେ ୩.୬ ଡିଗ୍ରୀକୁ ଖସି ଆସିଛି।

ରବିବାର ଏବଂ ସୋମବାର ପାଇଁ ନୂଆଦିଲ୍ଲୀରେ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

Comments are closed.