ଭୁବନେଶ୍ବର: ରାଜ୍ୟରେ ଧୀରେଧିରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ୪ ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଛି।ସୋନପୁରରେ ସର୍ବନିମ୍ନ ତାପମାତ୍ରା ୮.୮ ରେକର୍ଡ ହୋଇଛି। ରାଜ୍ୟର ସବୁଠାରୁ ଥଣ୍ଡା ସହରରେ ପରିଣତ ହୋଇଛି ସୋନପୁର।
୧୦ ଡିଗ୍ରି ତଳେ ରହିଛି ରାଜ୍ୟର ୪ସହର। ସୋନ୍ପୁରରେ ତାପମାତ୍ରା ୮.୮ ଡିଗ୍ରି, ଦାରିଙ୍ଗବାଡ଼ିରେ ୯ ଡିଗ୍ରି, ଫୁଲବାଣୀରେ ୯.୮ ଡିଗ୍ରି, ଅନୁଗୁଳରେ ୧୦ ଡିଗ୍ରି ରେକର୍ଡ ହୋଇଛି।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ଓ ଖରାଟିଆ ରହିଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଛି।
Comments are closed.