ଭୁବନେଶ୍ୱର: ଆଜିଠାରୁ ନକ୍ସଲ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି । ଆସନ୍ତା ୮ ତାରିଖ ଯାଏ ଏହି ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମାଓ ଅଧ୍ୟୁଷିତ ଜିଲ୍ଲାରଗୁଡ଼ିକରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ସୀମାକୁ ସିଲ୍ କରି ଯାଞ୍ଚକୁ କଡ଼ାକଡ଼ି କରିଛି ପୋଲିସ । ପିଏଲଜିଏ ସପ୍ତାହ ପାଳନ ବେଳେ ମାଓବାଦୀ ପୋଲିସ ଏନକାଉଣ୍ଟରରେ ନିହତ ସାଥିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସହିଦ ସ୍ମୃତି ସ୍ତମ୍ଭ ନିର୍ମାଣ କରି ଥାଆନ୍ତି । ଏଥିରେ ସାମିଲ ହେବାରୁ ସ୍ଥାନୀୟ ଲୋକଙ୍କୁ ଆହ୍ୱାନ ଦେଇ ଥାଆନ୍ତି ।
ପିଏଲଜିଏ ସପ୍ତାହ ପାଳନ ବେଳେ ହିଂସାକାଣ୍ଡ ଘଟାଇବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ବିଏସଏଫ୍, ଡିଭିଏଫ୍ ଓ ଏସଓଜି ଯବାନ କମ୍ବିଂକୁ ଜୋରଦାର କରିଛନ୍ତି । ସୀମାରେ ଓ ଜିଲ୍ଲାର ପ୍ରବେଶ ପଥରେ ଗାଡ଼ିମୋଟର ଚେକିଂକୁ କରାଯାଉଛି । ବିଶେଷ କରି ଦୁର୍ଗମ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି ପୋଲିସ । ବନ୍ଦ ରହିଛି ସରକାରୀ ବସ୍ ଚଳାଚଳ । ରାଜ୍ୟର କିଛି ରୁଟରେ ଘରୋଇ ବସ୍ ଚଳାଚଳ ବି ବନ୍ଦ ରହିଛି ।
ବିଶେଷ କରି ମାଲକାନଗିରି ଜିଲ୍ଲାରେ ସୁରକ୍ଷା ଅଧିକ କଡ଼ାକଡ଼ି ହୋଇଛି । ସ୍ୱାଭିମାନ ଅଞ୍ଚଳରେ କମ୍ୱିଂକି ଜୋରଦାର କରାଯାଇଛି । ସିଲ୍ ହୋଇଛି ସୀମା । ବାହାରୁ ଆସୁଥିବା ଯାନବାହନକୁ ଭଲ ଭାବରେ ତନଖି କରି ଭିତରକୁ ଛଡ଼ାଯାଉଛି ।
BREAKING NEWS
- ଓଡ଼ିଶାରେ ମୈତ୍ରୀ ଆନ୍ଦୋଳନ: ଏକ ବିହଙ୍ଗାବଲୋକନ
- ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା;ଟୁଇନସିଟିରେ ୫ବର୍ଷରେ ୫୫ ଜୀବନ….
- ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ରୁଜୁ ହେଲା ନୂଆ ମାମଲା, ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ
- କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ମୃତଦେହ ଧରି ପରିବାରର ଧାରଣା
- ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
- ଗାଜାରେ ଯୁଦ୍ଧବିଧ୍ୱସ୍ତ ବିଲ୍ଡିଂ ଭୁସୁଡିବାରୁ ୨୧ରୁ ଅଧିକ ମୃତ
- Herbal garden:ଲୁଣା ନଦୀକୂଳରେ ହେବ ହର୍ବାଲ ଗାର୍ଡେନ;ସଂରକ୍ଷିତ ହେବ ଔଷଧୀୟ ଉଦ୍ଭିଦ,ଶିକ୍ଷଣୀୟ ଉଦ୍ଦେଶ୍ୟରେ ବିକଶିତ…
- ଏସିଆନ ଗେମ୍ସ: ଗଙ୍ଗା ନଦୀକୁ ଡେଇଁ ପଡିଥିଲେ ସନ୍ତରଣରେ ଭାରତ ପାଇଁ ପଦକ ଜିତିଥିବା ସଚିନ
- Pak Shahzad Bhatti Network:ଶାହଜାଦ ଭଟ୍ଟି ନେଟୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା; UAPA ଅଧୀନରେ…
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି

Comments are closed.