Latest Odisha News

BREAKING NEWS

ଆହୁରି ଖସିବ ତାପମାତ୍ରା; ନୂଆବର୍ଷରେ ଶିତରେ ଥରିବ ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆସନ୍ତା ୩୧ ତାରିଖଠାରୁ ତାପମାତ୍ରା ଆହୁରି କମିବା ନେଇ ଅନୁମାନ କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସାରା ରାଜ୍ୟରେ ରାତି ତାପମାତ୍ରା ପାଖାପାଖି ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ।

ଏହାର ପ୍ରଭାବରେ ନୂଆବର୍ଷର ପ୍ରଥମ ୨ ଦିନ ପ୍ରବଳ ଶୀତରେ ଥରିବ ରାଜ୍ୟ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ।

ଓଡ଼ିଶାର ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ ଅନୁଗୁଳ ଆଦି ଜିଲ୍ଲାକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପଟେ ୩୧ ତାରିଖ ସକାଳୁ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୩ରୁ ୪ ଡ୍ରିଗ୍ରି ପର୍ଯ୍ୟନ୍ତ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ଘଟିବ ବୋଲି ଶ୍ରୀ ବିଶ୍ବାସ ସୂଚନା ଦେଇଛନ୍ତି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୫.୫ ଡିଗ୍ରି ରେକର୍ଡ ହୋଇଛି।

Leave A Reply

Your email address will not be published.