Latest Odisha News

BREAKING NEWS

ଖସୁଛି ପାରଦ, ବଢୁଛି ଶୀତ : ସେମିଳିଗୁଡା ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର : ରାଜ୍ୟରେ ବଢୁଛି ଶୀତ, ଖସୁଛି ପାରଦ । ଅସ୍ତବ୍ୟସ୍ତ ହୋଇଛି ଜୀବନ । ଆଭ୍ୟନ୍ତରୀଣ ଓଡ଼ିଶାରେ ଥରାଉଛି ଶୀତ । ରାତି ତାପମାତ୍ରା ଦୈନିକ କମୁଥିବାର ପରିଲକ୍ଷିତ ହେଉଛି । ଗତକାଲି ରାତିରେ କୋରାପୁଟର ସେମିଳିଗୁଡାରେ ସର୍ବନିମ୍ନ ରାତି ତାପମାତ୍ରା ୫.୬ଡିଗ୍ରୀ ରେକର୍ଡ ହୋଇଛି । କନ୍ଧମାଳର ଜି.ଉଦୟଗିରିରେ ପାରଦ ୮ଡିଗ୍ରୀ, ଫୁଲବାଣୀରେ ୮.୫ ଡିଗ୍ରୀ, ବୌଦ୍ଧରେ ୯ ଡିଗ୍ରୀ ପାରଦ

ଦାରିଙ୍ଗବାଡ଼ି, କୋରାପୁଟ, ଦାରିଙ୍ଗବାଡି ଓ ସୁନ୍ଦରଗଡ କିରେଇରେ ୯.୫ ଡିଗ୍ରୀ ଥିଲା ଗତକାଲିର ରାତି ତାପମାତ୍ରା । ସମ୍ୱଲପୁର ଚିପିଲିମାରେ ୯.୮ ଡିଗ୍ରୀ ଓ କଳାହାଣ୍ଡି ଭବାଣୀପାଟଣାରେ ୧୦ ଡିଗ୍ରୀ ରେକର୍ଡ ହୋଇଛି ରାତି ତାପମାତ୍ରା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସେମିଳିଗୁଡାରେ ଶୀତର ପ୍ରକୋପ ବଢିଛି ।

Leave A Reply

Your email address will not be published.