Latest Odisha News

BREAKING NEWS

ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ଆୟକର ରେଡ୍

ପଦ୍ମପୁର: ପଦ୍ମପୁରରେ ରେଡ୍ କରୁଛି କେନ୍ଦ୍ରୀୟ ଆୟକର ଟିମ୍ । ୩ ବିଜେଡି କର୍ମୀଙ୍କ ଘରେ ଚାଲିଛି ଆୟକର ରେଡ୍ । ୩ ଜଣଯାକ ପ୍ରତିଷ୍ଠିତ ବ୍ୟବସାୟୀ । ତିନିଜଣଙ୍କ ଘରକୁ ଜଗିଛନ୍ତି ସଶସ୍ତ୍ର ସିଆରପିଏଫ୍ । ବହିଦାରପଡାର ମହମ୍ମଦ ସାଜିଦ, ସାହୁପଡାର ମାନଭଞ୍ଜନ ସାହୁ ଓ ବଡପଡାର ଗଜୁ ଅଗ୍ରଓ୍ୱାଲଙ୍କ ଘରେ ରେଡ୍ କରୁଛି କେନ୍ଦ୍ରୀୟ ଆୟକର ଟିମ୍ । ତିନିଜଣ ଦିବଙ୍ଗତ ନେତା ବିଜୟ ରଞ୍ଜନ ସିଂ ବରିହାଙ୍କ ଅତି ଘନିଷ୍ଠ ଥିଲେ । ରେଡ୍ କୁ ନେଇ ଚର୍ଚ୍ଚା ଜୋର ଧରିଛି।

ପଦ୍ମପୁର ଉପନିର୍ବାଚନ ପାଖେଇ ଆସୁଥିବାବେଳେ କେନ୍ଦ୍ରୀୟ ଟିମ୍ ଦ୍ୱାରା ପୂର୍ବତନ ବିଧାୟକଙ୍କ ସହଯୋଗୀଙ୍କ ଘରେ ରେଡ୍ ଓ ଖାନତଲାସୀ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏହା ନିର୍ବାଚନୀ ମାହୋଲକୁ ଆହୁରି ରୋଚକ ତଥା ସରଗରମ କରିବ । ପ୍ରତିଦ୍ୱନ୍ଦୀ ଏହାକୁ ପ୍ରସଙ୍ଗ କରି ପ୍ରଚାର କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏଥିରେ ଭୋଟ୍ ପ୍ରଭାବିତ ହେବ କି ନାହିଁ, ତାହା ଡିସେମ୍ୱର ୮ରେ ଫଳାଫଳରୁ ଜଣାପଡିବ ।

 

Leave A Reply

Your email address will not be published.