Latest Odisha News

ଶୀତ ପ୍ରକୋପରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଓଡିଶାରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶୁକ୍ରବାର ସକାଳେ ରାଜ୍ୟର ଅନେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଓଡିଶାରେ ତାପମାତ୍ରା ୧ରୁ ୨ ଡିଗ୍ରି ହ୍ରାସ ପାଇଥିବାବେଳେ ଆଗକୁ ଆହୁରି ହ୍ରାସ ପାଇବ । ଯାହାଦ୍ୱାରା ଶୀତର ପ୍ରକୋପ ଅଧିକ ବୃଦ୍ଧି ପାଇବ ।

ଦାରିଙ୍ଗବାଡିରେ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ରହିଛି । ସେହିପରି କେନ୍ଦୁଝର(୧୦), କଟକ ଓ ଭୁବନେଶ୍ୱରରେ ତାପମାତ୍ରା ଯଥାକ୍ରମେ- ୧୨.୪ ଓ ୧୪.୮ ଡିଗ୍ରି ସେଲସିୟସ୍ ରହିଛି।

ଆହୁରି ମଧ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ରାଜ୍ୟରେ ଶୀତ ଲହରୀ ଆସନ୍ତା ଜାନୁଆରି ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ।

Leave A Reply

Your email address will not be published.