Latest Odisha News

BREAKING NEWS

ରାଜ୍ୟରେ ୨୪ ଘଣ୍ଟା ଯାଏ ଶୀତ ଲହରୀ; ୩୧ରୁ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ ଲହରୀ। ପ୍ରବଳ ଜାଡ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ଝାରସୁଗୁଡ଼ା, ସୁନ୍ଦରଗଡ, ଅନୁଗୁଳ, ଦେବଗଡ଼ ଏବଂ କେନ୍ଦୁଝର କୁ ସତର୍କତା ଜାରି କରାଯାଇଛି।

ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ବହୁଛି ଥଣ୍ଡା ଶୁଷ୍କ ପବନ। ଏହାର ପ୍ରଭାବରେ ଅନୁଗୁଳରେ ସ୍ବାଭାବିକଠାରୁ ୬ ଡିଗ୍ରୀ କମିଲା ପାରଦ। ପ୍ରବଳ ଜାଡ ସହ ଘନ କୁହୁଡ଼ି କରିବ ଅସ୍ତବ୍ୟସ୍ତ।୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏଭଳି ପାଗ।
ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଏବଂ ମୟୂରଭଞ୍ଜ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୫୦ ରୁ ୨୦୦ ମିଟର ରହିବ ଦୃଶ୍ୟମାନ କ୍ଷମତା। ଘନ କୁହୁଡ଼ି ସମୟରେ ସାବଧାନତାର ସହ ଗାଡି ଚାଳନା ନେଇ ପରାମର୍ଶ ଦିଆଯାଇଛି।
୩୧ରୁ ପାଗ ବଦଳିବା ସମ୍ଭାବନା ରହିଛି। ଉତ୍ତର ଓଡିଶାରେ ପୁଣି ବର୍ଷା ସମ୍ଭାବନା ରହିଛି। ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ରେ ହାଲୁକା ବର୍ଷା ହୋଇପାରେ। ଜାନୁଆରୀ ୩୧, ଫେବ୍ରୁୟାରୀ ୧ ଏବଂ ୨ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରାଯାଇଛି।

Leave A Reply

Your email address will not be published.