Latest Odisha News

BREAKING NEWS

ହସ୍ପିଟାଲରେ ଅସୁସ୍ଥ ୧୯ ଦିନର ଶିଶୁକନ୍ୟାକୁ ଛାଡ଼ି ମା’-ବାପା ଫେରାର୍! 

ଭୁବନେଶ୍ବର: ପୁଣି ରାଜଧାନୀରେ ଅଲୋଡା ହେଲା ଶିଶୁ କନ୍ୟା। ଚିକିତ୍ସିତ ହେଉଥିବା ପିଲାକୁ ଛାଡି ଚାଲିଗଲେ ବାପା ମା’। ୧୯ ଦିନର ଶିଶୁକନ୍ୟା ଛାଡି ଛୁ ମାରିଲେ ବାପା ମା’। କ୍ୟାପିଟାଲ ହସ୍ପିଟାଲରେ ଅସୁସ୍ଥ ଛୁଆକୁ ଛାଡି ବାପା ମା’ ଚାଲି ଯାଇଥିବା ଅଭିଯୋଗ ହୋଇଛି।

ନୟାଗଡରୁ ପିଲାଟିକୁ ଚିକିତ୍ସା ପାଇଁ ଆଣିଥିଲେ ପରିବାର ଲୋକେ। ଆମ୍ବୁଲାନ୍ସ ଯୋଗେ ପିଲାଟି ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲା ଶିଶୁ। ସ୍ପେଶାଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟରେ ଚିକିତ୍ସିତ ହେଉଥିଲା ଶିଶୁ କନ୍ୟା। ତେବେ ହଠାତ୍ ବାପା ମା’ଙ୍କ ଆଉ ଆସିଲେନି। ସେମାନଙ୍କ ଫୋନ ସୁଇଚ ଅଫ ରହିଛି।ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି ।ହସ୍ପିଟାଲ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି।

 

 

Leave A Reply

Your email address will not be published.