Latest Odisha News

ଆଗାମୀ ୫ଦିନ ଯାଏଁ ଶୀତରୁ ନାହିଁ ନିସ୍ତାର: ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଆସନ୍ତା ୧୭ ତାରିଖ ଯାଏଁ ଶୀତରୁ ନିସ୍ତାର ମିଳିବ ନାହିଁ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅଧିକାରୀ ମଦନ ମୋହନ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଗାମୀ ୧୪ ଘଣ୍ଟା ଯାଏଁ ଅନୁଗୁଳ, ନୟାଗଡ, କନ୍ଧମାଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାର କିଛିକିଛି ସ୍ଥାନରେ ତୀବ୍ର ଶୀତ ଲହରୀ ଜାରୀ ରହିବ ବୋଲି ସତର୍କ କରାଯାଇଛି ।

 

ଆଗାମୀ ଶୁକ୍ରବାର ଯାଏଁ ରାଜ୍ୟରେ ଶୀତ ଲହରୀ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ଓଡିଶାର ଫୁଲବାଣୀ ଓ ସୋନପୁରରେ ରାତ୍ରୀର ତାପମାତ୍ରା ସର୍ବନିମ୍ନ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି । ଅନେକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିବା ରେକର୍ଡ କରାଯାଇଛି । ଦାରିଙ୍ଗିବାଡି (୭.୫), ଟିଟିଲାଗଡ (୭.୧), କୋରାପୁଟ (୯), ଭବାନୀପାଟଣା (୮.୫), ତାଳଚେର (୯.୭), ସମ୍ବଲପୁର (୯.୬), କେନ୍ଦୁଝର (୯.୧), ଝାରସୁଗୁଡା (୯.୪) ଓ ଅନୁଗୁଳରେ (୬.୬) ତାପମାତ୍ରା ରେକର୍ଡ କରାଯାଇଛି ।

ଏହାବ୍ୟତିତ ବାଲେଶ୍ୱର (୧୦.୫), ଚାନ୍ଦବାଲି (୧୧.୬), କଟକ (୧୦.୫), ଭୁବନେଶ୍ୱର (୧୧.୪), ବାରିପଦା (୧୦.୫), ସୁନ୍ଦରଗଡ (୧୧), ହୀରାକୁଦ(୧୦.୪), ବଲାଙ୍ଗିର (୧୦) ଓ ମାଲକାନଗିରି (୧୦.୨) ଡିଗ୍ରୀ ତାପମାତ୍ରା ରହିଥିଲା ।

Leave A Reply

Your email address will not be published.