Latest Odisha News

BREAKING NEWS

ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ଲାଗି ପୁରୀକୁ ମିଳିଲା ଜାତୀୟ ପୁରସ୍କାର

ଭୁବନେଶ୍ୱର: ପୁରୀ ଜିଲ୍ଲାକୁ ଜଳ ଶକ୍ତି ମନ୍ତ୍ରଣାଳୟ ଅଧିନରେ ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ପକ୍ଷରୁ ପ୍ଲାଷ୍ଟିକ୍ ବଜ୍ୟବସ୍ତୁ ପରିଚାଳନା ଲାଗି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି ।

ପୁରୀ ଜିଲ୍ଲାର ଜଣେ ଅଧିକାରୀ ଗତ ରବିବାର ଦିନ ଦିଲ୍ଲୀ ଠାରେ ଏହି ସମ୍ମାନ ଗ୍ରହଣ କରିଛନ୍ତି । ସ୍ୱଚ୍ଛ ଭାରତ ସେବା ୨୦୧୯ ଅଧିନରେ ଓଡିଏଫ୍ ସଷ୍ଟେନେବିଲିଟି କର୍ମଶାଳା ଅବସରରେ ଆୟୋଜିତ ପୁରସ୍କାର ସମାରୋହରେ ଅଭିନେତା ତଥା ପାନୀ ଫାଉଣ୍ଡେସନର ପ୍ରତିଷ୍ଠାତା ଅମିର ଖାନଙ୍କ ଠାରୁ ଏହି ପୁରସ୍କାର ମିଳିଛି ।

ପୁରୀ ବ୍ୟତିତ ଆସାମର ଦିବ୍ରୁଗଡ, ହିମାଚଳ ପ୍ରଦେଶର ସିରମୁର ଓ ମଧ୍ୟ ପ୍ରଦେଶର ଇନ୍ଦୋର ମଧ୍ୟ ଏହି ନାମାଙ୍କନ ସୂଚୀରେ ସାମିଲ ରହିଛି ।

ସ୍ୱଚ୍ଛତା ହିଁ ସେବା (ଏସଏଚଏସ) ୨୦୧୯, ସ୍ୱଚ୍ଛତା ଲାଗି ଏକ ଜନଆନ୍ଦୋଳନ ୨୦୧୯ ମସିହା ସେପ୍ଟେମ୍ବର ୧୧ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ଯାଏଁ ଆୟୋଜିତ କରାଯାଇଥିଲା । ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହି ଅଭିଯାନ ସମୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉତ୍ପାଦର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା ।

Leave A Reply

Your email address will not be published.