Latest Odisha News

BREAKING NEWS

ସୋନପୁରରେ ହାଡ଼ଭଙ୍ଗା ଶୀତ, ୮ ଡିଗ୍ରୀ ସେଲସିୟସ ତଳକୁ ଖସିଲା ପାରଦ

ଭୁବନେଶ୍ୱର: ସୋନପୁରରେ ହାଡ଼ଭଙ୍ଗା ଶୀତ । ଜାଡ ଥରାଉଛି । ୮ଡିଗ୍ରୀ ସେଲସିୟସ ତଳକୁ ଖସିଛି ସୋନପୁରରେ ପାରଦ । ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ରାଜ୍ୟର ୧୪ଟି ସହରରେ ପାରଦ ୧୪ ଡିଗ୍ରୀ ସେଲସିୟସକୁ ଖସିଛି ।

ସୋନପୁର ସମେତ ଚାରିଟି ସହର ଫୁଲବାଣୀ ୮.୩, ଦାରିଙ୍ଗିବାଡ଼ି ୯, ଅନୁଗୁଳରେ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି । ସେହିପରି ଭବାନୀପାଟଣା ୧୦.୨, କୋରାପୁଟ ୧୧.୬, ତାଳଚେର ୧୧.୯, ସୁନ୍ଦରଗଡ଼ରେ ୧୨ ଡିଗ୍ରୀ ସେଲସିୟସ୍ ସର୍ବନିମ୍ନ ତାପମାତ୍ରା ରେକର୍ଡ କରିଛି ପାଣିପାଗ କେନ୍ଦ୍ର ।

କେନ୍ଦୁଝର ୧୨.୪, ବଲାଙ୍ଗିର ୧୨.୮, ଧାରସୁଗୁଡ଼ା ୧୩, ବାରିପଦାରେ ୧୩.୪, ହୀରାକୁଦରେ ୧୩.୬ ଓ ସମ୍ୱଲପୁରରେ ସର୍ବନିମ୍ନ ତାପମାତ୍ରା ରହିଛି ୧୩.୭ ଡିଗ୍ରୀ ସେଲସିୟସ୍ । କଟକରେ ୧୫.୮ ଓ ଭୁବନେଶ୍ୱରେର ପାରଦ ୧୭.୬ ଡିଗ୍ରୀ ସେଲସିୟସକୁ ଖସିଛି ।

Leave A Reply

Your email address will not be published.