Latest Odisha News

BREAKING NEWS

ଓଡିଶା ଫେରିଲା ଶୀତ ଲହରୀ

ଭୁବନେଶ୍ୱର: ତିନି ଦିନ ଲଗାଦାର ବର୍ଷା ସାଙ୍ଗକୁ କୋହଲା ପାଗ ପରେ ଓଡିଶାର ଅଧିକାଂଶ ଅଞ୍ଚଳରେ ଥଣ୍ଡା ବଢିଯାଇଛି ।

ସୋମବାର ସକାଳ ପାଣିପାଗ ବୁଲେଟିନ ଅନୁସାରେ, ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି। ଅନୁଗୁଳ ଓ ଦାରିଙ୍ଗବାଡି ରେ ରାତିର ତାପମାତ୍ରା ୯ ଡିଗ୍ରୀ, ଝାରସୁଗୁଡା ରେ ୯.୬ ଡିଗ୍ରୀ ତାପମାତ୍ରା ରହୁଛି ।

ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ମଧ୍ୟରେ ରହିଛି । ବାଲେଶ୍ଵର (୧୦.୯), ଚାନ୍ଦବାଲି (୧୩), କଟକ( ୧୩.୪), ଭୁବନେଶ୍ୱର (୧୪.୮), ବାରିପଦା (୧୧.୫), କେନ୍ଦୁଝର (୧୦), ସମ୍ବଲପୁର (୧୦), ସୁନ୍ଦରଗଡ (୧୧), ହୀରାକୁଦ (୧୧.୪), ତାଳଚେର (୧୩.୫), ଭବାନୀପାଟଣା (୧୧.୫), ବଲାଙ୍ଗୀର (୧୩.୭), କୋରାପୁଟ(୧୪.୬), ଫୁଲବାଣୀ (୧୨), ଟିଟିଲାଗଡ (୧୦), ସୋନପୁର (୧୦), ନୟାଗଡ଼ (୧୨) ଓ ବୌଦ୍ଧରେ (୧୩) ତାପମାତ୍ରା ରହିଛି ।

ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ବାଲେଶ୍ଵର, ଭଦ୍ରକ, ଯାଜପୁର, କଟକ, ଅନୁଗୁଳ, ସୋନପୁର ବଲାଙ୍ଗୀର ଓ ସୁନ୍ଦରଗଡ ଆଦି ଜିଲ୍ଲାରେ ଶୀତର ଲହରୀ ଜାରି ରହିବ ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାତିର ତାପମାତ୍ରା ୩ ରୁ ୪ ଡିଗ୍ରୀ ଯାଏଁ ହ୍ରାସ ପାଇବ ।

Leave A Reply

Your email address will not be published.