Latest Odisha News

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ବାଇକ୍‌; ଅଳ୍ପକେ ବର୍ତ୍ତିଲେ ଯୁବକ

ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ କୋଇଥକୋଲା ବଜାର ନିକଟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ବାଇକ୍ ଜଳିଯାଇଥିବା ବେଳେ ଗାଡି ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଦୁର୍ଯ୍ୟୋଧନ ରାଉଳ ସେହି ଗ୍ରାମର ସୁଦର୍ଶନ ଜେନାଙ୍କ ବାଇକରେ ବସି କେଉଁଆଡେ ଯାଉଥିବା ବେଳେ ସ୍ଥାନୀୟ ବଜାର ନିକଟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣା ସ୍ଥଳରେ ବାଇକଟି ଜଳିଯାଇଥିବା ବେଳେ ଦୁହେଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଅପରପକ୍ଷରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ଲାଗି ଉତ୍ତେଜନା ଦେଖାଦେଇଥିଲା ।

ତେବେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଉତ୍ତେଜିତ ବ୍ୟକ୍ତିଙ୍କୁ ବୁଝାସୁଝା କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.