ମୟୂରଭଞ୍ଜ : ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଶିମିଳିପାଳ ଜାତୀୟ ଉଦ୍ୟାନ ସମେତ କରଞ୍ଜିଆ ଉପଖଣ୍ଡରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ଶିମିଳିପାଳରେ ଉପରେ ବାର୍ହାକାମୁଡା ,ଚହଲା, ବରେହିପାଣି,ନଅଣା ଆଦି ସ୍ଥାନରେ ପ୍ରବଳ ଶୀତ ଅନୁଭୁତ ହେଉଛିା କୁମାରୀ ଠାରେ ପ୍ରବଳ ତୁଷାରପାତ ହୋଇଛି ।
ସେହିପରି କରଞ୍ଜିଆ ଉପଖଣ୍ଡରେ ଯଶୀପୁର ,ଠାକୁରମୁଣ୍ଡା ,କରଞ୍ଜିଆ ଅଞ୍ଚଳରେ ପ୍ରବଳଶୀତ ଅନୁଭୂତ ହୋବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାତି ତାପମାତ୍ରା ସ୍ୱଭାବିକ ଅବସ୍ଥାରୁ ୬ ଡିଗ୍ରୀ କମିଯାଇଛି । ଆଉ ଦୁଇଦିନ ଶୀତର ପ୍ରକୋପ ଜାରି ରହିବ ।
Comments are closed.