Latest Odisha News

BREAKING NEWS

ଆଜିଠୁ କମିବ ବର୍ଷା, ଜାରି ରହିବ କୋହଲା ପାଗ

ଭୁବନେଶ୍ଵର: ଆଜିଠୁ କମିବ ବର୍ଷା । ଜାରି ରହିବ କୋହଲା ପାଗ । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଗତ ୨ଦିନ ହେବ ଲାଗି ରହିଥିବା ଝିପି ଝିପି ବର୍ଷା ଆଜିଠାରୁ କମିବା ସମ୍ଭାବନା ରହିଛି । ତେବେ ଦକ୍ଷିଣ ଉପକୂଳ ଜିଲ୍ଲାରେ ଆଜି ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟରେ ଆଜି ବର୍ଷା ହୋଇପାରେ । ଏଥିସହ ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଥଣ୍ଡା ପବନ ବହିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ବର୍ଷାର ପରିମାଣ କମିବାକୁ ଥିବା ବେଳେ ଘନ କୁହୁଡ଼ି ଦେଖାଦେବ । ଆଜି ରାଜ୍ୟର ୬ଟି ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡି ଦେଖାଦେବା ନେଇ ପୂର୍ବାନୁମାନ କରିଛି ବିଭାଗ । ଘନ କୁହୁଡିରେ ଦୃଶ୍ୟମାନ ଦୂରତା ୨୦୦ ମିଟର ଯାଏଁ ରହିବ । ଆସନ୍ତାକାଲି ସକାଳ ଯାଏଁ ଏପରି ଘନ କୁହୁଡି ଲାଗିରହିବ ବୋଲି ସତର୍କ କରାଇ ଦେଇଛି ପାଣିପାଗ କେନ୍ଦ୍ର ।

ସେପଟେ ଗତ ଦୁଇ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ଦକ୍ଷିଣ ଓଡ଼ିଶା, ଉପକୂଳ ଜିଲ୍ଲା ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଚାଷୀକୂଳଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ହଜାର ହଜାର ହେକ୍ଟର ବିଲରେ ଭାଷୁଛି ପାଚିଲା ଧାନ । ବିଲରେ କଟା ହୋଇ ପଡ଼ିଥିବା ଧାନ ବର୍ଷା ପାଣିରେ ଭାଷୁଥିବା ଦେଖି କାନ୍ଦୁଛି ଚାଷୀ ।

 

Leave A Reply

Your email address will not be published.