Latest Odisha News

କମୁଛି ପାରଦ, ବଢୁଛି ଶୀତ: ଘନ କୁହୁଡି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଏବେ ଜାରି ରହିଛି ଶୀତର ପ୍ରକୋପ। ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଖସୁଛି ତାପମାତ୍ରା। ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ୨ରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଏହା ଦ୍ବାରା ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି।

ଆସନ୍ତା ସପ୍ତାହେ ଯାଏଁ ଅର୍ଥାତ ୯ ତାରିଖ ଯାଏ ପାଗ ଶୁଖିଲା ରହିବ। ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ଅନୁଭୂତ ହେବ। ଘନକୁହୁଡ଼ି ପାଇଁ ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରହିଥିଲା। ୧୦ ଡିଗ୍ରୀ ତଳେ ଥିଲା ୬ ସହରର ତାପମାତ୍ରା।

ଗତ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୭.୫ଡିଗ୍ରି ରହିଥିଲା। ଏହି ସହର ସମେତ ୬ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ରାଉରକେଲାରେ ୮.୭, ଝାରସୁଗୁଡ଼ା ଓ ଅନୁଗୁଳରେ‌ ୯, ଦାରିଙ୍ଗିବାଡ଼ିରେ ୯.୫ ଓ ଭବାନୀପାଟଣାରେ ୯.୯ ଡିଗ୍ରୀ ରହିଥିଲା। ସେହିଭଳି ୩ଟି ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା। ବଲାଙ୍ଗୀର ଓ ନୂଆପଡ଼ାରେ ୩୦ ଏବଂ ବରଗଡ଼ରେ ୩୧.୨ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.