Latest Odisha News

BREAKING NEWS

ଆହୁରି ବଢ଼ିବ ଶୀତ, ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର: ପୁଣି ଫେରିବ ଶୀତ । ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ହେବ ଜନଜୀବନ । ଆଜିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ । ଶୀତ ବଢ଼ିବ ଓ ତାସହ କୁହୁଡ଼ି ପଡ଼ିବ । ପଶ୍ଚିମା ଝଡ଼ ତଥା ନିମ୍ନ ଚାପରେଖା ଯୋଗୁଁ ରାଜ୍ୟରେ ଲାଗି ରହିଥିବା କୋହଲା ପାଗରେ ପରିବର୍ତ୍ତନ ଘଟିଛି । ଆସନ୍ତା ୩ ଦିନରେ ରାଜ୍ୟର ତାପମାତ୍ରା ପ୍ରାୟ ୩ରୁ ୫ ଡ଼ିଗ୍ରୀ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।

ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ କମିଛି । ହେଲେ ଟ୍ରପ ଲାଇନ ସକ୍ରିୟ ଅଛି । ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ ଜାଡ଼ ବଢ଼ିବ । ଆସନ୍ତାକାଲିଠାରୁ ୨୦ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୭ତାରିଖ ଘନ କୁହୁଡ଼ି ନେଇ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏନେଇ ଗାଡ଼ି ଚଳାଇବା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Comments are closed.