Latest Odisha News

BREAKING NEWS

ଆଜି ଲୋକାର୍ପିତ ହେବ ଅମରେଶ ବିଶ୍ୱାଳଙ୍କ ଦୁଇଟି ଗଳ୍ପ ସଙ୍କଳନ

ଭୁବନେଶ୍ୱର : ବିଶିଷ୍ଟ କଥାକାର ଅମରେଶ ବିଶ୍ୱାଳଙ୍କ ରଚିତ ଗଳ୍ପ ସଙ୍କଳନ ‘ପ୍ରେମିକାର ସାନ ଭଉଣୀ’ ଓ ‘ଛୋଟ ଛୋଟ ଜୀବନ’ ଆଜି ସ୍ଥାନୀୟ ନ୍ୟାସନାଲ ଆର୍କାଇଭସରେ ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ସ୍ତମ୍ଭକାର ପଞ୍ଚାନନ କାନୁନଗୋ ମୁଖ୍ୟ ଅତିଥି ,ଡକ୍ଟର ଗୌରହରି ଦାସ ମୁଖ୍ୟବକ୍ତା , କୃପାସାଗର ସାହୁ ବିଶିଷ୍ଟ ଅତିଥି , ଡକ୍ଟର ଅଜୟ ସ୍ୱାଇଁ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବରେ ବିଶିଷ୍ଟ କବି ତଥା ଲେଖକ ନିରାକାର ଦାସ ସଭାପତିତ୍ୱ କରିବେ ବୋଲି ସୂଚନା ଦିଆଯାଇଛି।

 

Leave A Reply

Your email address will not be published.