Latest Odisha News

BREAKING NEWS

ବିଳମ୍ବରେ ପହଞ୍ଚିଲେ ଅଧିକାରୀ, ବାହାର କରିଦେଲେ ଜିଲ୍ଲାପାଳ…

ରାୟଗଡା: ସୋମବାର ଦିନ ରାୟଗଡାରେ ଏକ ଶୁଣାଣି  ଅଧିବେଶନରେ ବିଳମ୍ବରେ ପହଞ୍ଚିଥିବା ଅଧିକାରୀମାନଙ୍କୁ ବାହାର କରିଦେଲେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି।

ରିପୋର୍ଟ ଅନୁଯାୟୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସକାଳ ୧୦ଟାରେ ଶୁଣାଣି ଆରମ୍ଭ ହୋଇଥିଲା ଓ ଜିଲ୍ଲାପାଳ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେଠାରେ ପହଞ୍ଚି ଯାଇଥିଲେ।କିନ୍ତୁ କିଛି ଉଚ୍ଚପଦସ୍ଥ  ଅଧିକାରୀ ମାନେ ସମୟସୀମା ମଧ୍ୟରେ ସେଠାରେ ପହଞ୍ଚି ନଥିଲେ।ଯାହାପରେ  ଏପରି କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବା କୁହା ଯାଉଛି।ଏହାକୁ ଗମ୍ଭୀରତାର ସହ ନେଇ ବିଳମ୍ବରେ ଆସୁଥିବା ଅଧିକାରୀ ମାନଙ୍କ ସହ ରାୟଗଡା ସବ-କଲେକ୍ଟରଙ୍କୁ ମଧ୍ୟ ପ୍ରବେଶ କରିବାକୁ ବାରଣ କରାଯାଇଥିଲା।

ତେବେ ବିଳମ୍ବରେ ଆସିଥିବା ଅଧିକାରୀ ମାନଙ୍କ ମଧ୍ୟରେ ଜିଲ୍ଲା ଅବକାରୀ ଅଧୀକ୍ଷକ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ବ୍ୟତୀତ ରାୟଗଡା ବିଡିଓ, ଜଣେ ସହକାରୀ ବନ ସଂରକ୍ଷକ, ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗର ଅଧିକାରୀ ଏବଂ ଆହୁରି ଅନେକ ଅଧିକାରୀ ସାମିଲ ଥିଲେ।

ଜନସାଧାରଣଙ୍କ ଅଭିଯୋଗକୁ ସର୍ବାଧିକ ପ୍ରାଥମିକତା ଦେବାସହ  ଏପରି କାର୍ଯ୍ୟକ୍ରମରେ ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.