Latest Odisha News

BREAKING NEWS

ମୋ ସ୍କୁଲ ସ୍କିମ୍ : ଶ୍ରେଣୀ କକ୍ଷରେ ଜିଲ୍ଲାପାଳ ପଢାଇଲେ ଭୂଗୋଳ !

 

ପାରଳାଖେମୁଣ୍ଡି : ଶ୍ରେଣୀରେ ପିଲାମାନଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ । କଥାଟା କେମିତି କେମିତି ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ । ଗଜପତି ଜିଲ୍ଲାର ଜିଲ୍ଲାପାଳ ଅନୁପମ ଶାହା ପାରଳାଖେମୁଣ୍ଡିର ମହେନ୍ଦ୍ରଗିରି ପୌରପାଳିକା ହାଇସ୍କୁଲର ନବମ ଶ୍ରେଣୀରେ ଗୋଟିଏ କ୍ଲାସ ନେଇ ଭୁଗୋଳ ପଢାଇଛନ୍ତି ।

ସୂତ୍ରରୁ ଜଣାପଡ଼ିଛି, ଶୁକ୍ରବାର ଦିନ ଜିଲ୍ଲାପାଳ ନିଜେ ପାରଳାଖେମୁଣ୍ଡିର ମହେନ୍ଦ୍ରଗିରି ପୌରପାଳିକା ହାଇସ୍କୁଲ ଭିତରକୁ ପଶିଯାଇଥିଲେ । ସେ ନବମ ଶ୍ରେଣୀ କକ୍ଷ ଭିତରକୁ ଯାଇ ଭୂଗୋଳ ବିଷୟକୁ ପ୍ରାଞ୍ଜଳ ଭାବେ ପଢାଇଥିଲେ । ପିଲାମାନେ ତାଙ୍କୁ ମଧ୍ୟ ବୁଝିପାରୁନଥିବା ପାଠ ଗୁଡ଼ିକୁ ପଚାରିବାରେ ସେ ସୁନ୍ଦର ଭାବେ ବ୍ୟାକ୍ଷ୍ୟା କରି ପାଠ ବୁଝାଇଦେଇଥିଲେ । ପିଲାମାନେ ମଧ୍ୟ ଜିଲ୍ଲାପାଳଙ୍କ ଶିକ୍ଷାଦାନରେ ବେଶ୍ ସନ୍ତୁଷ୍ଟ ଅଛନ୍ତି ।

ଜିଲ୍ଲାପାଳଙ୍କ ଏହି ଅଭିନବ ଶିକ୍ଷାଦାନ ସମ୍ପର୍କରେ ପଚାରିବାରୁ ଜିଲ୍ଲାପାଳ କହିଛନ୍ତି “ଗତବର୍ଷ ଶିଶୁଦିବସ ଅବସରରେ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋ ସ୍କୁଲ ସ୍କିମ ଉଦଘାଟନ କରିଥିଲେ, ଏହି ସ୍କିମଟି ଆମ ଗଜପତି ଜିଲ୍ଲାରେ ମଧ୍ୟ ଚାଲିଛି ” ।

“ଏହି ଯୋଜନା ଅନୁସାରେ ଯେଉଁ ଅଭିଭାବକ ବା ବ୍ୟକ୍ତି ବିଶେଷ ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ କରିବାକୁ ଚାହିଁବେ ତେବେ ସେମାନେ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ବିଦ୍ୟାଳୟକୁ ଆସି ଶିକ୍ଷାଦାନ କରିପାରିବେ । ମୁଁ ଆଜି ମୋର ପ୍ରଥମ କ୍ଲାସ ନେଇଛି, ସମୟ ମିଳିଲେ ଅନ୍ୟ କ୍ଲାସ ନେବି । ପିଲାମାନଙ୍କୁ ଯାହା ପଢାଇଲି ସେମାନେ ପ୍ରଶ୍ନର ଭଲ ଉତ୍ତର ଦେଉଛନ୍ତି । ପିଲାମାନେ ଭଲ ପଢୁଛନ୍ତି । ମୁଁ କ୍ଲାସରେ ଯାହାବି ଟାସ୍କ ଦେଲି ସେମାନେ ଖୁବ୍ ସୁନ୍ଦର ଭାବେ ତାହାକୁ କରି ମୋତେ ଦେଖାଇଲେ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ବେଶ୍ ଉପକୃତ ହୋଇପାରିବେ” ବୋଲି କହିଛନ୍ତି ଜିଲ୍ଲାପାଳ ।

ଶିକ୍ଷାର ମାନଦଣ୍ଡ ବୃଦ୍ଧି କରିବା ଲାଗି ଏବଂ ଛାତ୍ରଛାତ୍ରୀମାନେ କିପରି ସହଜ ଓ ସରଳଭାବେ ଶିକ୍ଷାଦାନ ପାଇପାରିବେ ମୋ ସ୍କୁଲ ସ୍କିମର ଉଦ୍ଦେଶ୍ୟ । ଏହି ସ୍କିମକୁ ଭବିଷ୍ୟତରେ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ଯୋଜନା ମଧ୍ୟ ରଖିଛନ୍ତି ।

Leave A Reply

Your email address will not be published.