Latest Odisha News

BREAKING NEWS

ନଈରେ ଗାଧୋଉଥିବା ବେଳେ କୁମ୍ଭୀର ଆକ୍ରମଣ କଲା: ଜଣେ ଗୁରୁତର ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବେଲପାଳ ଗ୍ରାମରେ କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତି ଜଣକ ସୌଭାଗ୍ୟ କ୍ରମେ କୁମ୍ଭୀର ମୁହଁରୁ ଖସି ଯାଇ ପ୍ରାଣ ରକ୍ଷା କରିପାରିଛନ୍ତି ।

ମିଳିଥିବା ସୂତରୁ ଜଣାପଡ଼ିଛି ଯେ, ଶନିବାର ସକାଳେ ବେଲପାଳ ଗ୍ରାମର କୈଳାଶ ଚନ୍ଦ୍ର ସେଠୀ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ନଈରେ ଥିବା ଏମ ଲୁଣା କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା । କୁମ୍ଭୀର ତାଙ୍କୁ ପାଟିରେ କାମୁଡ଼ି ପାଣି ଭିତରକୁ ଟାଣି ନେଉଥିବା ବେଳେ ନିକଟରେ ଥିବା ଅନ୍ୟ ବ୍ୟକ୍ତିମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ।

ଯାହାବି ହେଉ କୌଣସିମତେ କୁମ୍ଭୀର ପାଟି ଭିତରୁ ବର୍ତ୍ତିଯାଇଛନ୍ତି ବ୍ୟକ୍ତି ଜଣକ । ତାଙ୍କ ଡ଼ାହାଣ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ସହିତ ଦେହର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ଥିବାର ଜଣାପଡ଼ିଛି ।

ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।

Leave A Reply

Your email address will not be published.