Latest Odisha News

କେବେ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର ? ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବାକୁ ଅନୁଧ୍ୟାନ

ପୁରୀ: କୋଭିଡ ପରଠାରୁ ବନ୍ଦ ରହିଛି ଶ୍ରୀଗୁଣ୍ଡିଚା ମନ୍ଦିର। କେବେ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର, ସେନେଇ ଚାଲିଛି ଚର୍ଚ୍ଚା। ଏହାରି ଭିତରେ ମନ୍ଦିରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଶେଷ କରିବା ପାଇଁ ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ମୁଖ୍ୟ ପ୍ରଶାସକ। ତେବେ ମାର୍ଚ୍ଚ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ଚାଲିବ ବୋଲି ଖବର ଆସିଛି।

ଶ୍ରୀଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ରୋଷଶାଳା କାମ ମଧ୍ୟ ଚାଲିବ। ଗୁଣ୍ଡିଚା ମନ୍ଦିରର ଅନୁଧ୍ୟାନ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଲେ ନିର୍ଦ୍ଦେଶ। ଯୁଦ୍ଧକାଳୀନ ଭିତ୍ତିରେ କାମ ଶେଷ କରିବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର କେବେ ଖୋଲିବ ସେନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି।

ସୂଚନା ଥାଉକି, ଗୁଣ୍ଡିଚା ମନ୍ଦିରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ଚାଲିଥିବା ବିଭିନ୍ନ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଓବିସିସି ଅଧିକାରୀ ଓ ସୁଆର ମହାସୁଆର ନିଯୋଗ ସଭାପତି, ସମ୍ପାଦକ ମଧ୍ୟ ଉପସ୍ଥିତ ଥିଲେ। ଖୁବଶୀଘ୍ର କାର୍ଯ୍ୟ ସରିବା ପରେ ଭକ୍ତଙ୍କ ପାଇଁ ଖୋଲି ପାରେ ଗୁଣ୍ଡିଚା ମନ୍ଦିର। ଗୁଣ୍ଡିଚା ମନ୍ଦିରରେ ବିଭିନ୍ନ କାର୍ଯ୍ୟ ଚାଲିଥିବାରୁ ଭକ୍ତଙ୍କ ପାଇଁ ‌ଦୀର୍ଘ ଦିନ ହେବ ଏହା ବନ୍ଦ ରହିଛି।

Comments are closed.