ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ନୂଆ କନ୍ଭେନସନ ସେଣ୍ଟର ଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ହେଉଛି ଜିଲ୍ଲାପାଳ ସମ୍ମିଳନୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ଏହି ସମ୍ମିଳନୀରେ ସମସ୍ତ ବିଭାଗୀୟ ସଚିବ, ଜିଲ୍ଲାପାଳ, ଆଇଏଏସ ଅଧିକାରୀ ମାନେ ଯୋଗଦେଇଛନ୍ତି।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଛନ୍ତି। ମୁଖ୍ୟମନ୍ତ୍ରୀ ଉପସ୍ଥିତ ମନ୍ତ୍ରୀ, ଅଫିସରଙ୍କୁ ଶପଥ ପାଠ କରାଇବା ସହ ସେମାନଙ୍କୁ ମାର୍ଗଦର୍ଶନ ମଧ୍ୟ କରାଇଛନ୍ତି।
ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଲୋକଙ୍କ ପାଇଁ ମୋ ସରକାର କଠିନ ପରିଶ୍ରମ କରୁଛି । ସାଢେ ୪ କୋଟି ଲୋକଙ୍କ ଦାୟିତ୍ୱ ସରକାରଙ୍କ ଉପରେ । ଗଣତନ୍ତ୍ରର ଆତ୍ମା ହେଉଛନ୍ତି ଜନସାଧାରଣ। ଗଣତନ୍ତ୍ରର ପ୍ରତ୍ୟେକ ଅନୁଷ୍ଠାନ କେବଳ ଲୋକଙ୍କ ପାଇଁ। ଲୋକଙ୍କୁ ସର୍ବୋତ୍ତମ ସୁବିଧା , ସୁଯୋଗ ଦିଆଯିବ” ।
ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ସମ୍ମିଳନୀରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । ‘ନ୍ୟୁ ଏଜ୍ ଟେକ୍ନୋଲୋଜି ଆଣ୍ଡ ଇନୋଭେସନ’, ‘ଇନଫ୍ରାଷ୍ଟ୍ରକ୍ଚର ଫର୍ ଗ୍ରୋଥ’, ‘ଇନକ୍ଲୁସିଭି ଗ୍ରୋଥ’, ‘ସ୍ୱାସ୍ଥ୍ୟ’, ‘ଶିକ୍ଷା’, ‘ମହିଳା ସଶକ୍ତିକରଣ’, ‘ଜିଲ୍ଲା ସ୍ତରରେ ଶାସନଗତ ଚ୍ୟାଲେଞ୍ଜ’ ଉପରେ ଭାବେ ଆଲୋଚନା କରାଯାଉଥିବା ଜଣାପଡିଛି ।
ଏହି ୨ ଦିନିଆ ସମ୍ମିଳନୀର ଶେଷଦିନରେ ବିଭିନ୍ନ ଜିଲ୍ଲାରେ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା, ଯୋଜନା ଲୋକାଭିମୁଖୀ କରିବା କ୍ଷେତ୍ରରେ ପ୍ରଶାସନର ଭୁମିକା ଆଦି ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହା ଛଡା ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତିକରଣ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଆଗରେ ଥିବା ନୂଆ ନୂଆ ଆହ୍ଵାନ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
Comments are closed.