Latest Odisha News

ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କଲେ ସମୀର ମହାନ୍ତି

ଭୁବନେଶ୍ୱର: ବିଜେପି ନେତା ସମୀର ମହାନ୍ତି ଗୁରୁବାର ଦିନ ସର୍ବ ସମ୍ମତ ଭାବେ ବିଜେପି ରାଜ୍ୟ ସଭାପତି ନିର୍ବାଚିତ ହୋଇଥିବା ବେଳେ ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ସଭାପତି ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ବିଜେପି ଦଳୀୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି । ସେଠାରେ ସମୀର ମହାନ୍ତି ରାଜ୍ୟ ବିଜେପିର ନୂଆ ସଭାପତି ଭାବେ ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି ।

ଏହି ଅବସରରେ ବିଜେପି ପ୍ରଭାରୀ ଅରୁଣ ସିଂହ, ବିଦାୟୀ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଅଛନ୍ତି ।

ସର୍ବ ସମ୍ମତ ଭାବେ ରାଜ୍ୟର ଜିଲ୍ଲା ସଭାପତି ତଥା ରାଜ୍ୟ କାଉନସିଲ୍ ସଦସ୍ୟମାନେ ସମୀରଙ୍କୁ ସଭାପତି ଭାବେ ନିର୍ବାଚିତ କରିଛନ୍ତି ।

ଦୀର୍ଘ ୧୪ ବର୍ଷ ପରେ ଉପକୂଳବର୍ତ୍ତୀ ଅଞ୍ଚଳରୁ କେହି ଜଣେ ନେତା ବିଜେପି ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ମହାନ୍ତି ୨୦୧୪ରୁ ରାଜ୍ୟ ବିଜେପି ଉପ-ସଭାପତି ରୂପେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି ।

ଏହି ପଦବୀରେ ପୂର୍ବରୁ ସାଂସଦ ବସନ୍ତ ପଣ୍ଡା ରହିଥିଲେ, ସେ ୨୦୧୯ ସାଧାରଣ ନିର୍ବାଚନରେ କଳାହାଣ୍ଡି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.