Latest Odisha News

BREAKING NEWS

କଲେଜ କ୍ୟାମ୍ପସରେ ଛାତ୍ର ଅଶାନ୍ତି

କଟକ: କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂ(ବୋଷ) କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି । କଲେଜ କ୍ୟାଣ୍ଟିନରେ ଖାଦ୍ୟାଭାବ ଯୋଗୁଁ ମଙ୍ଗଳବାର ଦିନ ଆନ୍ଦୋଳନକୁ ଛାତ୍ରଛାତ୍ରୀ ମନେ ଆନ୍ଦୋଳନକୁ ଓଲ୍ହାଇଛନ୍ତି ।

ଏହାସହ କଲେଜର ମୁଖ୍ୟ ଫାଟକ ସମ୍ମୁଖରେ ଉତ୍ୟକ୍ତ ଛାତ୍ରଛାତ୍ରୀ ଟାୟାର ଜାଲି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ ଗତ ଦୁଇଦିନ ଧରି ଅଧିକାରୀମାନେ କ୍ୟାଣ୍ଟିନରେ ଖାଦ୍ୟ ପ୍ରସ୍ତୁତ କରାଇବା ବନ୍ଦ କରିଦେଇଛନ୍ତି ।

ଖବରବପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ସମ୍ଭାଳିବା ସହ ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ଶାନ୍ତ କରାଇଛି ।

Leave A Reply

Your email address will not be published.