Latest Odisha News

BREAKING NEWS

ଏକାଧିକ ରୋଗର ଗୋଟିଏ ସମାଧାନ ‘ଡ଼ାଳିମ୍ବ’

ଭୁବନେଶ୍ୱର: ଡ଼ାଳିମ୍ବ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ଡାକ୍ତରମାନେ ମଧ୍ୟ ଦୈନନ୍ଦିନ ଜୀବନରେ ଡ଼ାଳିମ୍ବ ସେବନ କରିବା ପାଇଁ ପରାମର୍ଶ ଦେଇଥାନ୍ତି । ଜାଣନ୍ତୁ ଏହି ଫଳ ସେବନ କରିବା ଦ୍ବାରା ଶରୀରରେ କେଉଁ ଲାଭ ମିଳିଥାଏ…

-ଖାଦ୍ୟ ଖାଇବାକୁ ଇଛା ହେଉନଥିଲେ ଡ଼ାଳିମ୍ବକୁ ମିଶ୍ରି ସହ ମିଶାଇ ସେବନ କରନ୍ତୁ। ଏପରି କରିବା ଦ୍ବାରା ଖାଦ୍ୟ ଖାଇବା ପାଇଁ ଇଛା ହୋଇଥାଏ।

-ଡାଳିମ୍ବ ଚୋପାରେ ଆଣ୍ଟିଅକ୍ସିଡ଼େଣ୍ଟ ସହିତ ଭିଟାମିନ-ସି , ଫେନୋଲିକ୍ସ ଏବଂ ଫ୍ଳେବୋନାଇଡ୍ସ ଆଦି ରହିଥାଏ ଯାହା ହୃଦଜନିତ ରୋଗରୁ ରକ୍ଷା କରିଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ଠିକ୍ ରଖିଥାଏ ।

-ଅପଚ ସମସ୍ୟାରୁ ମୁକ୍ତି ପାଇବା ପାଇଁ ୧୦ ଏମ.ଏଲ ଡ଼ାଳିମ୍ବ ରସ, ୧/୨ ଗ୍ରାମ କଳା ଲୁଣ, ୧ଗ୍ରାମ ଜୀରା ଗୁଣ୍ଡ ମହୁ ସହ ମିଶାଇ ସେବନ କରନ୍ତୁ। ଏହାକୁ ଦିନରେ ଦୁଇ ଥର ସେବନ କରିବା ଦ୍ବରା ଆପଣଙ୍କର ଅପଚ ଜନିତ ସମସ୍ୟା ଦୂର ହୋଇଥାଏ।

-ଡ଼ାଳିମ୍ବ ରସକୁ ହାଲୁକା ଉଷୁମ ପାଣିରେ ସେବନ କରିବା ଦ୍ବାରା ଏନିମିଆ ରୋଗ ଦୂର ହୋଇଥାଏ।

-ଡ଼ାଳିମ୍ବ ଫୁଲ ସୁଙ୍ଘିବା ଦ୍ବାରା ନାକରୁ ରକ୍ତ ବାହାରିବା ସମସ୍ୟା ଦୂର ହୋଇଥାଏ।

-ସକାଳେ ସନ୍ଧ୍ୟା ସମୟରେ ଦୈନିକ ଉଷୁମ ପାଣି ସହ ଡ଼ାଲିମ୍ବ ଚୋପା ଗୁଣ୍ଡ ସେବନ କଲେ ଶରୀରରେ ଇମ୍ୟୁନିଟି ବଢ଼ାଇବା ସହ ଆଖି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣଙ୍କର ଗଳା ସମସ୍ୟା ରହିଛି ତେବେ ଏହାର ସେବନ ବହୁ ଲାଭକାରୀ ହୋଇଥାଏ ।

Leave A Reply

Your email address will not be published.