Latest Odisha News

ଚାଲି ଚାଲି ଘରକୁ ଫେରିବା ବେଳେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼

କଟକ: ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ । କଟକର ବିଚ୍ ରାସ୍ତା ଉପରେ ଚାଲି ଚାଲି ଯାଉଥିବା ଜଣେ ଯୁବତୀଙ୍କୁ ଛୁରାମାଡ଼ କରିଛନ୍ତି ଯୁବକ । ସୂଚନା ଅନୁସାରେ, ଫୁଲନଖରାର ଏକ ଇଞ୍ଜିନୟରିଂ କଲେଜରୁ ଛାତ୍ରୀ ଜଣଙ୍କ ବସ୍ ଯୋଗେ ଫେରି ପ୍ରତାପ ନଗରୀ ସ୍ଥିତ ଘରକୁ ଚାଲି ଚାଲି ଯାଉଥିଲେ ।

BjdElectrycity

ଛାତ୍ରୀ ଜଣଙ୍କ ଚାଲି ଚାଲି ଯାଉଥିବା ବେଳେ ସେହି ରାସ୍ତାରେ ଥିବା ଯୁବକ ଜଣଙ୍କ କୌଣସି କଥାକୁ ନେଇ ଯୁକ୍ତିତର୍କ ପରେ ଛୁରିରେ ଆକ୍ରମଣ କରିଥିଲେ । ଛାତ୍ରୀ ଜଣଙ୍କ ହାତରେ ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ, ଆକ୍ରମଣ କରିଥିବା ଯୁବକ ଜଣଙ୍କ ପୂର୍ବରୁ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଥିଲେ । କିନ୍ତୁ ଛାତ୍ରୀ ଜଣଙ୍କ ପ୍ରତ୍ୟାଖ୍ୟାନ କରିଥିଲେ । ପୂର୍ବରୁ ମଧ୍ୟ ଯୁବକ, ଯୁବତୀଙ୍କୁ ଖରାପ ବ୍ୟବହାର କରିବା ନେଇ ଅଭିଯୋଗ ହୋଇଥିଲା । ଆକ୍ରମଣ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକ ଜଣଙ୍କ ଫେରାର୍ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.