Latest Odisha News

BREAKING NEWS

ଏଥର ଟି୧୦ ଲିଗରେ କମାଲ କରିବେ ରାଇନା

ଆବୁଧାବି: ଭାରତର ପୂର୍ବତନ କ୍ରିକେଟର ତଥା ଆଇପିଏଲ ଷ୍ଟାର ସୁରେଶ ରାଇନା ଏଥର ଟି୧୦ ଲିଗରେ କମାଲ କରିବେ । ଚେନ୍ନାଇ ସୁପର କିଙ୍ଗସର ଏହି ଷ୍ଟାର ଖେଳାଳିଙ୍କ ସହ ଡେକାନ ଗ୍ଲାଡିଏଟର ଚୁକ୍ତି କରିଛି । ଆବୁଧାବି ଟି୧୦ ଲିଗରେ ଏଥର ଡେକାନ ପଲା ଭାରୀ ରହିବ ବୋଲି ଟିମ ପକ୍ଷରୁ କୁହାଯାଇଛି । ଡେକାନ ଟିମ ପକ୍ଷରୁ ରାଇନାଙ୍କ ସାମିଲ ନେଇ ଟୁଇଟ କରାଯିବା ପରେ ସେ ଏହାକୁ ରିଟ୍ୱିଟ କରିଛନ୍ତି । ଏହା ପୂର୍ବରୁ ରାଇନା ରୋଡ ସେଫଟି ୱାର୍ଲ୍ଡ ସିରିଜ ୨୦୨୨ରେ ସଚିନ ତେନ୍ଦୁଲକର ନେତୃତ୍ୱାଧୀନ ଇଣ୍ଡିଆ ଲିଜେଣ୍ଡସ ପକ୍ଷରୁ ଖେଳିଥିଲେ ।

ଚେନ୍ନାଇ ଟିମ ପକ୍ଷରୁ କ୍ରମାଗତ ଖେଳି ଆସୁଥିବା ରାଇନାଙ୍କୁ ୨୦୨୨ ସଂସ୍କରଣରେ ଦଳ ରିଟେନ କରି ନ ଥିଲା । ପୂର୍ବରୁ ଦଳକୁ ଚାମ୍ପିୟନ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଥିଲେ । ଏହା ପରେ ସେ କମେଂଟେଟର ଦୁନିଆରେ ପାଦ ଥାପିଥିଲେ । ଟି୧୦ ଲିଗ ମୋ କ୍ୟାରିୟରର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ହେବାକୁ ଯାଉଛି ବୋଲି ଏହି ବାମହାତୀ ବ୍ୟାଟ୍ସମ୍ୟାନଜଣଙ୍କ କହିଛନ୍ତି ।

Leave A Reply

Your email address will not be published.