Latest Odisha News

BREAKING NEWS

ଯୌନ ଉତ୍ପୀଡ଼ନ ଅଭିଯୋଗରେ ବନ୍ଧା ହେଲେ କଲେଜ ଅଧ୍ୟକ୍ଷ

କୋରାପୁଟ: ମହିଳା ସହକର୍ମୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ କଲେଜ ଅଧ୍ୟକ୍ଷ । କମ୍ପ୍ୟୁଟର ଅପରେଟରଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ସୁନାବେଡା ସରକାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପବିତ୍ର ବେଦାନ୍ତ ଗିରଫ ହୋଇଥିବା ଜଣାଯାଇଛି। ସମ୍ପୃକ୍ତ ଡାଟା ଏଣ୍ଟ୍ରିଙ୍କ ଅଭିଯୋଗ ପରେ ପବିତ୍ରଙ୍କୁ ଗିରଫ କରାଯାଇଥିବା ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ପୀଡ଼ିତାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ଗତ କିଛି ଦିନ ଧରି ଅଧ୍ୟକ୍ଷ ପବିତ୍ର ମୋହନ ବେଦାନ୍ତ ତାଙ୍କୁ ଯୌନ ଉତ୍ପୀଡ଼ନ ଦେଇ ଆସୁଥିଲେ। ଏହା ଅସହ୍ୟ ହେବାରୁ ମହିଳାଜଣକ ଗତକାଲି ସନ୍ଧ୍ୟାରେ ଥାନା ଦ୍ୱାରସ୍ଥ ହୋଇଥିଲେ। ଏହାପରେ ପୁଲିସ୍‌ ତରଫରୁ ଘଟଣାର ଯାଞ୍ଚ କରାଯାଇ ଆଜି ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।

Comments are closed.